IBN ଓଡ଼ିଶା ବ୍ୟୁରୋ

ସବୁବେଳେ ଏସିରେ ରହୁଥିଲେ ସାବଧାନ! ହୋଇପାରନ୍ତି ଏହି ୫ଟି ସାଙ୍ଘାତିକ ରୋଗରେ ଆକ୍ରାନ୍ତ

ଏବେ ରାଜ୍ୟ ସମେତ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲୋକଙ୍କ ପାଇଁ ଏସି ବିନା ରହିବା କଷ୍ଟକର ହୋଇପଡିଛି। ତେବେ, ଯଦି ଆପଣ ମଧ୍ୟ ନିୟମିତ ଭାବରେ ଏସି ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ଆଜ୍ଞା, ହଁ ଏହି ଅଭ୍ୟାସ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ। କାରଣ ଏସିର ବହୁଳ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ।

Fever

୧. ପ୍ରଥମତଃ ନିୟମିତ ଭାବରେ ଏସିର କମ୍ ତାପମାତ୍ରା ମଧ୍ୟରେ ରହିଲେ ଶରୀରରେ ଥଣ୍ଡା ସମସ୍ୟା ଲାଗି ରହିଥାଏ।

Dehydration

୨. ଏସିରେ ରହିବା ଫଳରେ ଲୋକେ କମ୍ ପାଣି ପିଇଥାନ୍ତି। ଫଳରେ ସେମାନେ ଡ଼ିହାଇଡ୍ରେନର ଶିକାର ହୋଇପାରନ୍ତି।

Body ache

୩. ଦୀର୍ଘ ସମୟ ଧରି ଏସିରେ ଶୋଇଲେ ପିଠି ଯନ୍ତ୍ରଣା, ଗୋଡ଼ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇପାରେ

Immunity

୪. ବିଶେଷଜ୍ଞଙ୍କ କହିବା ଅନୁଯାଇ ଏସିରେ ଶୋଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗିଥାଏ। ଫଳରେ ଆପଣଙ୍କୁ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ।

Obesity

୫. ଅଧିକ ସମୟ ଏସିରେ ରହିଲେ ଶରୀରର କୌଣସି ଶକ୍ତି ଖର୍ଚ୍ଚ ହୋଇନଥାଏ। ଫଳରେ ଶରୀରରେ ଚର୍ବି ବଢିବାକୁ ଲାଗିଥାଏ ଏବଂ ଏଥିପାଇଁ ଆପଣ ମେଦବହୁଳତାର ଶିକାର ହୋଇପାରନ୍ତି।

Dry skin

୬. ଏସି କୋଠରୀରେ ଥିବା ବାୟୁରୁ ଆର୍ଦ୍ରତା ଅବଶୋଷଣ କରେ। ଏହା ଆପଣଙ୍କ ଚର୍ମର ଅଦ୍ରତା ମଧ୍ୟ ଶୋଷଣ କରିଥାଏ। ଫଳରେ ଡ୍ରାଇ ସ୍କିନ ଭଳି ସମସ୍ୟା ଦେଖା ଦେଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button