ରାଜ୍ୟ

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା – Ibnodisha

[ad_1]

ଯାଜପୁର: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ୟ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରୁଥିଲେ। ଏନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ବେଆଇନ ଭାବେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିବା ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଓ ତାଙ୍କ ସ୍ବାମୀ ବଦ୍ରିନାରାୟଣ ଭଦ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି।

ଏନେଇ ଅଭିଯୋଗ ହେବାପରେ ବନ ବିଭାଗର ୨ ଟିମ୍‌ ଗତ ରବିବାର ତାଙ୍କ ଯାଜପୁର ବ୍ଲକ ଜହଳ ଗାଁସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ଚଢ଼ାଉ ଖବର ପାଇ ଦମ୍ପତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କ ବିରୋଧରେ ଏକ ମାମଲା ନଂ.୨୭୫ା୨୪ ରୁଜୁ ହୋଇଥିବା ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ର ସୂଚନା ଦେଇଥିଲେ। ପୂର୍ବରୁ ମୋନାଲିସାଙ୍କ ନାଁରେ ଅଭିଯୋଗ ହୋଇଥିଲା। ସେ ଏଥିରୁ ନିବୃତ୍ତ ରହିବେ ବୋଲି ବନ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ଏହା ସତ୍ତ୍ୱେ ସେ ପୂର୍ବ ପରି ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button