ଦେଶ

ବଢ଼ିଲା କେଜ୍ରିୱାଲଙ୍କ ଇଡି ରିମାଣ୍ଡ – Ibnodisha

[ad_1]

ନୂଆଦିଲ୍ଲୀ: ଏପ୍ରିଲ ୧ଯାଏ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଅପରାହ୍ନରେ ଇଡି ଟିମ୍ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜ କରିଥିଲା। ସେଠାରେ ଉଭୟ ଇଡି ଏବଂ କେଜ୍ରିୱାଲଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯୁକ୍ତି ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କ ଇଡି ରିମାଣ୍ଡକୁ ଆହୁରି ୫ଦିନ ବଢ଼ାଇ ଦେଇଛନ୍ତି। ଆଜି ତାଙ୍କର ରିମାଣ୍ଡ ଶେଷ ହୋଇଥିଲା। ଏହା ପରେ ଇଡି ତାଙ୍କୁ କୋର୍ଟରେ ହାଜର କରି ୭ଦିନ ରିମାଣ୍ଡରେ ନେବାକୁ କହିଥିଲେ। ହେଲେ କୋର୍ଟ ୭ଦିନ ବଦଳରେ ୫ଦିନ ସମୟ ଇଡିକୁ ଦେଇଥିବା ସାମ୍ନାକୁ ଆସିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button