ଦେଶ

ନିର୍ବାଚନ ଲଢ଼ିବେ ବଲିଉଡ ଷ୍ଟାର ଗୋବିନ୍ଦା ! – Ibnodisha

[ad_1]

ମୁମ୍ବାଇ : ନିର୍ବାଚନ ଲଢ଼ିବେ ବଲିଉଡ ଷ୍ଟାର ଗୋବିନ୍ଦା। ଅଭିନେତା ଶିବସେନାରେ ଯୋଗ ଦେଇ ଲୋକସଭା ନିର୍ବାଚନ ଲଢ଼ିବେ। ଗତକାଲି ରାତିରେ ଗୋବିନ୍ଦା, ଶିବସେନା ନେତା କୃଷ୍ଣ ହେଗଡେଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏବିଷୟରେ ପଚରାଯିବାରୁ କୃଷ୍ଣ ହେଗଡେ ଫୋନରେ କହିଛନ୍ତି ଯେ ଗୋବିନ୍ଦା ଜାତୀୟ ସ୍ତରରେ କାମ କରିବାକୁ ଚାହୁଁଛନ୍ତି। ଆସନ କିମ୍ବା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେ ବିଷୟରେ ମୁଁ କୌଣସି ମନ୍ତବ୍ୟ ଦେବି ନାହିଁ। ଲୋକସଭା ନିର୍ବାଚନକୁ ନେଇ କଳ୍ପନାଜଳ୍ପନା ଚାଲିଛି ଯେ ଅଭିନେତା ଗୋବିନ୍ଦା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଏହା ସହ ଉତ୍ତର-ପଶ୍ଚିମ ମୁମ୍ବାଇ ଲୋକସଭା ଆସନରୁ ଏକନାଥ ସିନ୍ଦେଙ୍କ ଶିବସେନା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button