ରାଜ୍ୟ
ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ପାର୍ – Ibnodisha

[ad_1]
ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି । ସେହିପରି ୧୩ଟି ସହରରେ ପାରା ୩୮ ଡିଗ୍ରି ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାରଳାଖେମୁଣ୍ଡିରେ ଆଜି ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ କରାଯାଇଛି ।
ସେହିପରି ବୌଦ୍ଧରେ ୩୯.୫, ନୟାଗଡ଼ରେ ୩୯.୨, ଟିଟିଲାଗଡ଼ରେ ୩୯.୨ ଓ ଭବାନୀପାଟଣାରେ ପାରା ୩୯ ଡିଗ୍ରି ପହଞ୍ଚିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଫୁଲବାଣୀରେ ୩୮.୯, ତାଳଚେର ଓ ରାୟଗଡ଼ାରେ ୩୮.୬, କଟକରେ ୩୮.୪, ଝାରସୁଗୁଡ଼ାରେ ୩୮.୩, ମାଲକାନଗିରି, ଚାନ୍ଦବାଲିରେ ୩୮.୨ ଓ ଅନୁଗୁଳରେ ୩୮.୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଗାମୀ ୨ଦିନ ମଧ୍ୟରେ କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ଦିନ ତାପମାତ୍ରା ୪୦ଡ଼ିଗ୍ରି ଛୁଇଁବା ସମ୍ଭାବନା ରହିଛି ।
[ad_2]