ଦେଶ

ହନିମୁନ୍‌ରେ ସ୍ତ୍ରୀକୁ ‘ସେକେଣ୍ଡ ହ୍ୟାଣ୍ଡ’ ଡାକି ଫସିଲେ ସ୍ୱାମୀ – Ibnodisha

[ad_1]

ୱାଶିଂଟନ୍‌: ସ୍ତ୍ରୀକୁ ‘ସେକେଣ୍ଡ ହ୍ୟାଣ୍ଡ’ ଡାକିବା ପଡ଼ିଲା ମହଙ୍ଗା । ସ୍ତ୍ରୀକୁ ‘ସେକେଣ୍ଡ ହ୍ୟାଣ୍ଡ’ ଡାକି ଦେବେ ୩ କୋଟି ଟଙ୍କାର କ୍ଷତିପୂରଣ । ଏଭଳି ରୋଚକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି । ଆମେରିକାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ୩ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହନିମୁନ୍ ସମୟରେରେ ସ୍ୱାମୀ ଜଣକ ତାଙ୍କ ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ ବୋଲି ଡାକିଥିଲେ । ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ଦୁହେଁ ଆମେରିକାର ନାଗରିକ । ସେମାନେ ୩ ଜାନୁଆରୀ ୧୯୯୪ରେ ମୁମ୍ବାଇରେ ବିବାହ କରିଥିଲେ । ପରେ ୨୦୦୫ ମସିହାରେ ସେ ମୁମ୍ବାଇରେ ଦୁହେଁ ରହିବା ମଧ୍ୟ ଆରମ୍ଭ କରିଥିଲେ । ପ୍ରାୟ ୨୦୧୪ ମସିହାରେ ତାଙ୍କ ସ୍ୱାମୀ ଆମେରିକା ପଳାଇ ଯାଇଥିଲେ ।

ଏଥି ସହିତ, ୨୦୧୭ ମସିହାରେ ସେ ଛାଡପତ୍ର ପାଇଁ ଏକ ମାମଲା ଦାୟର କରିଥିଲେ । ଏହା ପରେ ତାଙ୍କ ପତ୍ନୀ ଘରୋଇ ହିଂସା ଅଧିନିୟମ ଅନୁଯାୟୀ ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟରେ ଆବେଦନ କରିଥିଲେ । ପତ୍ନୀ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଏହି ଦମ୍ପତି ହନିମୁନ୍ ପାଇଁ ନେପାଳ ଯାଇଥିଲେ, ମହିଳା ଜଣକ ଦ୍ୱିତୀୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବାରୁ ସ୍ୱାମୀ ତାଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ ବୋଲି କହିଥିଲେ । ଆହୁରି ମଧ୍ୟ ସ୍ୱାମୀ ନିଜ ପତ୍ନୀଙ୍କ ଚରିତ୍ର ଉପରେ ଆକ୍ଷେପ କରିଥିଲେ । ମହିଳା ଜଣକ ଅନୈତିକ ସମ୍ପର୍କ ଥିବା ସ୍ୱୀକାର ନକରିବା ପର୍ଯ୍ୟନ୍ତ ସ୍ୱାମୀ ତାଙ୍କୁ ରାତିରେ ଶୋଇବାକୁ ଦେଇ ନ ଥିଲେ ବୋଲି ଅଭିଯୋଗ କରିଥିଲେ । ଆହୁରି ଅଭିଯୋଗ କରିଥିଲେ ଯେ ୨୦୦୮ରେ ତାଙ୍କ ସ୍ୱାମୀ ତାଙ୍କୁ ତକିଆରେ ଶ୍ୱାସରୁଦ୍ଧ କରି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲେ, ଏବଂ ପରେ ସେ ତାଙ୍କ ବାପା ଘରକୁ ପଳାଇ ଯାଇଥିଲେ । ପରେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button