ରାଜ୍ୟ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୌକାର୍ପିତ ହେଲା ନୂଆ ପୋର୍ଟାଲ

ଭୁବନେଶ୍ୱର :  ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୌକାର୍ପିତ ହୋଇଛି ନୂଆ ପୋର୍ଟାଲ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲର ଭର୍ଚୁଆଲରେ ଉଦଘାଟନ କରିଛନ୍ତି। ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ସାମ୍ବାଦିକଙ୍କୁ ଜିଲ୍ଲା କିମ୍ବା ରାଜ୍ୟ ମିଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ । https://owjws.odisha.gov.in/  ୱେବସାଇଟକୁ ଯାଇ ସାମ୍ବାଦିକ ମାନେ ନିଜ ପରିଚୟ ପତ୍ର, କାର୍ଯ୍ୟ ସମ୍ପର୍କିତ ସମସ୍ତ ସୂଚନା ଦେଇ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନ କରିପାରିବେ। ପୂର୍ବରୁ ଅଫଲାଇନରେ ଏହି ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷରୁ ଏହାକୁ ଅନଲାଇନ ମାଧ୍ୟମରେ କରାଯାଉଛିା

ଏହି ପୋର୍ଟାଲ ଜରିଆରସାମ୍ବାଦିକଙ୍କ ପାଇଁ ପୋର୍ଟାଲ ଲୋକାର୍ପିତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । 5T ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକ ଅନଲାଇନ କଲ୍ୟାଣ ଯୋଜନାର ସୁବିଧା ନେଇପାରିବେ। ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦିଆଯାଉଛି । ମୃତ୍ୟୁ ହେଲେ ୪ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button