ରାଜ୍ୟ
ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ! – Ibnodisha
[ad_1]
ଭୁବନେଶ୍ୱର: ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ ମୁତୟନ ହେଉଛନ୍ତି । ଯେଉଁଥିରେ ୨ ସବ୍ଇନ୍ସପେକ୍ଟର, ୧୨ ହାବିଲଦାର, ୫୬ କନଷ୍ଟେବଳ ବା ସିପାହୀ ଓ ୪ ମହିଳା କନଷ୍ଟେବଳ ରହିଛନ୍ତି । ଏଥିସହ ଗୋଟିଏ ଗାଡ଼ି ମଧ୍ୟ ଯୋଗାଇଛି ଗୃହ ବିଭାଗ । ସୂଚନା ଅଧିକାର ଆଇନ୍ରେ ଚଳିତ ମାସ ଏହି ତଥ୍ୟ ଦେଇଛି କମିଶନରେଟ ପୋଲିସର ରିଜର୍ଭ ପୋଲିସ ଅଫିସ୍ । ସୂଚନା ଅନୁସାରେ, ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି । ତେବେ କେଉଁ ଆଧାରରେ ରାଜକୋଷର ଅପବ୍ୟୟ କରି ଏତେ ସଂଖ୍ୟକ ପୋଲିସ ଅଧିକାରୀଙ୍କୁ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି, ତାହା ପ୍ରଶ୍ନ ଉଠାଇବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ।
ଅଡିଓରେ ଥିବା ସ୍ୱର ବିଜେଡି କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ : ଯୁବ କଂଗ୍ରେସ
[ad_2]