ରାଜ୍ୟ

ନନ୍ଦପୁର: ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀ ଗିରଫ ହୋଇଥିବା ଜଣାଯାଇଛି। ଶିକ୍ଷୟିତ୍ରୀ ଅନସୂୟା ବାରିକଙ୍କୁ ଗିରଫ କରିଛି ଘସିପୁରା ପୁଲିସ।ଅଭିଯୋଗ ଅନୁଯାୟୀ,ଚାକିରି ଦେବା ନାଁରେ ନନ୍ଦିପଦା ଚୋରଗଡ଼ିଆ ଗୋପାଳପୁର ଗାଁର ମଧୁସ୍ମିତା ଜେନା ନାମକ ଜଣେ ଯୁବତୀଙ୍କ ଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ଠକିଛନ୍ତି।

ଏକ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ଅନସୂୟା। ଗିରଫ ପରେ ସେ ସ୍ବାମୀ ଫେରାର ଥିବା ଜଣାଯାଇଛି। ତାଙ୍କୁ ପୁଲିସ ଗତକାଲି କୋର୍ଟଚାଲାଣ ବି କରିଛି। ସେ ଆଉ କେତେକ ଯୁବତୀଙ୍କୁ ବି ଏଭଳି ଠକିଥିବା କୁହାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button