IBN ଓଡ଼ିଶା ବ୍ୟୁରୋ

ମାତ୍ର 2 ମିନିଟରେ ଭଲ ହୋଇଯିବ ଭୟଙ୍କରରୁ ଭୟଙ୍କର ଦାନ୍ତବିନ୍ଧା, ପୋକ ଦାନ୍ତ ଓ ମାଢିରୁ ରକ୍ତ ପଡିବା, କେବଳ ନେଇ ଆସନ୍ତୁ ଏହି ଗୋଟିଏ ପତ୍ର

କିଛି ଲୋକଙ୍କର ଅସହ୍ୟନୀୟ ଦାନ୍ତବିନ୍ଧା ହୋଇଥାଏ । ଖାସ କରି ଶୀତଦିନେ ଏହା ବଢି ଯାଇଥାଏ । ତେବେ ଆପଣଙ୍କ ଦାନ୍ତବିନ୍ଧା ଯେତେ ପୁରୁଣା ହେଉନା କାହିଁକି ଦେଖିବେ ଆପଣଙ୍କ ଦାନ୍ତବିନ୍ଧା ତୁରନ୍ତ ଭଲ ହୋଇଯିବ । ଭୟଙ୍କରରୁ ଭୟଙ୍କର ଦାନ୍ତବିନ୍ଧା, ଦାନ୍ତରେ ପୋକ ଏବଂ ପାଇରିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହି ରିମେଡିକୁ କିଭଳି ପ୍ରସ୍ତୁତ କରିବେ ତାହା ଆଜି ଆମେ ଜାଣିବା । ଏହାସହ ଏହି ଉପଚାରର ପ୍ରୟୋଗ ବିଷୟରେ ମଧ୍ୟ ଆସନ୍ତୁ ଜାଣିବା ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ପିଜୁଳି ପତ୍ର, ଯାହା ଅନେକଙ୍କ ବାଡି ଘରୁ ସହଜରେ ମିଳିଥାଏ । ପିଜୁଳି ଆମ ଶରୀର ପାଇଁ କେତେ ଅଧିକ ଲାଭଦାୟକ ହୋଇଥାଏ ଏହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । କିନ୍ତୁ ଜାଣିରଖିବା ଉଚିତ ଯେ ପିଜୁଳି ପତ୍ର ମଧ୍ୟ ବେଶ ଚମତ୍କାରୀ ଅଟେ ଓ ଏଥିରୁ ଅନେକ ପ୍ରକାର ଭିଟାମିନ୍ସ ମିଳିଥାଏ । ଓଜନ ହ୍ରାସ, ଜଏଣ୍ଟପେନ, କଫ ଓ ଥଣ୍ଡା ଭଳି ଅନେକ ପ୍ରକାର ସମସ୍ଯାକୁ ଦୂର କରିବା ପାଇଁ ଏହି ପତ୍ର ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ ।

ପ୍ରଥମ ରିମେଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଚାରୋଟି ପିଜୁଳି ପତ୍ର ଆବଶ୍ୟକ ହେବ । ଏହାପରେ ଏହାକୁ ଭଲଭାବେ ଧୋଇ ଛୋଟ ଛୋଟ ଖଣ୍ଡରେ ଛିଣ୍ଡାଇ ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ବାଟି ପାରିବେ କିମ୍ବା ଗ୍ରାଇଣ୍ଡିଂ କରିପାରିବେ । ଏହାପରେ ଏହାକୁ ଛାଣି ରସ ବାହାର କରିଦିଅନ୍ତୁ ।

ଏବେ ଖଣ୍ଡିଏ ତୁଳାକୁ ଏହି ରସରେ ଭଲଭାବେ ବୁଡାଇ ଦିଅନ୍ତୁ ଓ ଏକ ଚାମୁଚରେ ଅଳ୍ପ ହଳଦୀ ନେଇ ସେହି ପିଜୁଳି ରସ ଲଗା ତୁଳାକୁ ହଳଦୀରେ ଲଗାନ୍ତୁ । ହଳଦୀରେ କଷ୍ଟ ନିବାରକ ଗୁଣ ରହିଥାଏ ତେଣୁ ହଳଦୀର ପ୍ରୟୋଗ ମଧ୍ୟ ଜରୁରୀ ଅଟେ । ଏବେ ଆପଣ ଏହି ତୁଳାକୁ ନେଇ ଯେଉଁ ଦାନ୍ତ ବିନ୍ଧୁଛି ସେଥିରେ ଏହାକୁ ଅଧଘଣ୍ଟା ଯାଏଁ ଚାପି ରଖନ୍ତୁ । ଦେଖିବେ ଖୁବ ଶୀଘ୍ର ଆରାମ ମିଳିବ ।

ଯଦି ଆପଣଙ୍କ ଦାନ୍ତବିନ୍ଧା ହେଉନି କିନ୍ତୁ ପାଇରିଆ ଭଳି ସମସ୍ଯା ରହିଛି ତେବେ ଆପଣ ଦୁଇ ଠୋପା ସୋରିଷ ତେଲ ଓ ଚିମୁଟାଏ ଲୁଣ ମିଶାଇ ଆଙ୍ଗୁଳି ସାହାଯ୍ୟରେ ମାଢିରେ ଭଲଭାବେ ମାଲିସ କରନ୍ତୁ । ଦେଖିବେ କିଛିଦିନ ମଧ୍ୟରେ ପାଇରିଆ ଭଲ ହେବାକୁ ଲାଗିବ । ଦ୍ଵିତୀୟ ରିମେଡିର ପ୍ରୟୋଗ ଦ୍ଵାରା ମଧ୍ୟ ଦାନ୍ତ ସମ୍ବନ୍ଧିତ ସମସ୍ଯା ଭଲ ହେବା ସହ ଦାନ୍ତରୁ ପୋକ ମରିଯିବ । ଏଥିପାଇଁ ଆପଣ ଏକ ପାତ୍ରରେ ଏକ ଗ୍ଳାସ ପାଣି ଗରମ କରି ସେଥିରେ ୪-୫ଟି ପିଜୁଳି ପତ୍ରକୁ ଭଲଭାବେ ଧୋଇ ପକାଇ ଦିଅନ୍ତୁ ।

ଏବେ ଏଥିରେ ୪-୫ଟି ଲବଙ୍ଗ ପକାଇ ୫-୭ମିନିଟ ଭଲଭାବେ ଫୁଟାନ୍ତୁ । ଏବେ ଗ୍ଯାସ ବନ୍ଦ କରି ଏହାକୁ ଅଳ୍ପ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଓ ଏକ ଗ୍ଳାସକୁ ଛାଣି ନିଅନ୍ତୁ । ଯଦି ଆପଣଙ୍କ ପାଖେ ଫିଟିକିରି ଚୂର୍ଣ୍ଣ ଅଛି ତେବେ ଏଥିରେ ଅଧଚାମୁଚ ମିଶାନ୍ତୁ ନଚେତ ଦୁଇ ଚିମୁଟା ଲୁଣ ଏଥିରେ ପ୍ରୟୋଗ କରନ୍ତୁ । ଏବେ ଆପଣ ଏହି ପାଣିକୁ ଅଳ୍ପ ଅଳ୍ପ କରି ୫ମିନିଟ ଯାଏଁ କୁଳି କରନ୍ତୁ । କୁଳି କରିବା ପରେ ଆପଣ ପ୍ରଥମ ରିମେଡିରେ ପ୍ରସ୍ତୁତ କରିଥିବା ତୁଳାକୁ ଦାନ୍ତରେ ଚାପି ରଖିପାରିବେ ।

ଖାଦ୍ଯ ଖାଇସାରିବା ପରେ ଏହି ରିମେଡିର ପ୍ରୟୋଗ କରନ୍ତୁ । ଯଦି ଏହା କରିବାକୁ ବି ସମୟ ହେଉନାହିଁ ତେବେ ଆପଣ କେବଳ ୨ଟି ପିଜୁଳିପତ୍ରକୁ ଧୀରେ ଧୀରେ କରି ଚୋବାଇ ଖାଆନ୍ତୁ । ଏମିତି କିଛିଦିନ ଯାଏଁ କଲେ ଦାନ୍ତଜନିତ ସବୁ ସମସ୍ଯା ଭଲ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button