IBN ଓଡ଼ିଶା ବ୍ୟୁରୋ

ବାମ ହାତରେ ଯନ୍ତ୍ରଣା ହେଉଛି କି ? ହାତବିନ୍ଧାର କାରଣ, ଲକ୍ଷଣ ଓ ଚିକିତ୍ସା

ବାମ ହାତ ବିନ୍ଧା ହେଲେ ସାଧାରଣତଃ ଲୋକେ ହୃଦଘାତର ଲକ୍ଷଣ ହୋଇ ଥାଇପାରେ ବୋଲି ଭାବିଥାନ୍ତି । ହଁ ବାମହାତ ବିନ୍ଧିବା ହୃଦରୋଗର ଏକ କାରଣ କିନ୍ତୁ ଏହାର ଅନ୍ୟ କିଛି କାରଣ ମଧ୍ୟ ରହି ଥାଇପାରେ । ଯଦି ଆପଣଙ୍କର ଡାଇବେଟିସ, ବ୍ଲଡ଼ପ୍ରେସର, କୋଲେଷ୍ଟ୍ରୋଲ ରହିଛି, ବାମ ହାତ ବିନ୍ଧୁଛି ଏବଂ ଅଧିକ ଝାଳ ବୋହୁଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ଏହା ହୃଦରୋଗର କାରଣ ହୋଇପାରେ କିନ୍ତୁ ଅନେକ ସମୟରେ ଅଲଗା ଅଲଗା କାରଣ ପାଇଁ ମଧ୍ୟ ବାମ ହାତ ବିନ୍ଧିପାରେ ।

ଗୋଟିଏ ସାଧାରଣ କାରଣ ହେଉଛି ଆମେ ଅଧିକ ସମୟ ଧରି ମୋବାଇଲ ଏବଂ କମ୍ପ୍ୟୁଟରରେ କାମ କରିଥାଉ । ଯେଉଁଥି ପାଇଁ ବେଳେ ବେଳେ 48ରୁ 72 ଘଣ୍ଟା ପର୍ଯ୍ୟନ୍ତ ବାମହାତ ବିନ୍ଧିଥାଏ । ଏହା ବ୍ଯତୀତ ଅନେକ ସମୟରେ ବାମହାତ ପାଖରେ ବିଭିନ୍ନ ପ୍ରକାରର ଇନଫେକ୍ସନ ହୋଇଥାଏ, ଫଳରେ ବାମହାତ ବିନ୍ଧିବା ଭଳି ସମସ୍ଯା ଦେଖିବାକୁ ମିଳେ ।

ରାତିରେ ଶୋଇବା ବେଳେ ଅଧିକ ସମୟ ବାମହାତ ମାଡି ଶୋଇବା ଦ୍ଵାରା ମଧ୍ୟ ଏପରି ହୋଇପାରେ । ଖାସ କରି ବାମ ହାତ ହିଁ ଅଧିକ ବ୍ୟଥା ହୋଇଥାଏ ବୋଲି ବିଶେଷଜ୍ଞ ମାନେ କୁହନ୍ତି । ଏହାସହ ସ୍ପଣ୍ଡିଲାଇଟିସ ସମସ୍ଯା ଥିଲେ ମଧ୍ୟ ବାମହାତ ବିନ୍ଧି ଥାଏ । ତେଣୁ ଏଭଳି ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକତା ରହିଛି ।

ଏହା ବ୍ଯତୀତ ବାମ ହାତରେ କିଛି ଟ୍ଯୁମର ହୋଇଥିଲେ କିମ୍ବା ବାମ ହାତ ଭିତରେ ଥିବା ହାଡରେ କୌଣସି ପ୍ରକାରର ଫ୍ରାକ୍ଚର ହୋଇଥିଲେ ମଧ୍ୟ ବାମ ହାତ ବିନ୍ଧିବା ଭଳି ସମସ୍ଯା ଦେଖା ଦେଇଥାଏ ।ଯଦି ଆପଣଙ୍କ ବାମ ହାତ ବିନ୍ଧୁଛି ଏବଂ ଏହି ସମସ୍ଯା 72 ଘଣ୍ଟାରୁ ଅଧିକ ସହ ଧରି ରହୁଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏକ୍ସରେ ଏବଂ ବିଭିନ୍ମ ପ୍ରକାରର ରକ୍ତ ପରୀକ୍ଷା କରିବା ଆବଶ୍ୟକ ରହିଛି । ବାମ ହାତ ବିନ୍ଧିବା ସହ ଯଦି ଆପଣଙ୍କୁ ଆଞ୍ଜାଇଟି ଅନୁଭବ ହେଉଛି, ଅଧିକ ଝାଳ ବୋହୁଛି, ଭୟ ଲାଗୁଛି ଏବଂ ବ୍ଲଡ଼ ପ୍ରେସର ବଢିଯାଉଛି ତେବେ ଏହା ହାର୍ଟ ଆଟାକ୍ ପୂର୍ବର ଏକ ବଡ ଲକ୍ଷଣ ହୋଇ ଥାଇପାରେ ।

ବାମ ହାତ ଲଗାତାର ବିନ୍ଧୁଥିଲେ ଆପଣ ବ୍ୟାୟାମ କରିପାରିବେ ଓ ଶୋଇବା ବେଳେ ଜାଗ୍ରତ ହୋଇ ଶୋଇବାକୁ ଚେଷ୍ଟା କରନ୍ତୁ । ଏହି ସମସ୍ଯା ଅଧିକ ଦିନ ଯାଏଁ ଲାଗି ରହିଲେ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । ଆଉ ସବୁଠୁ ଖାସ କଥା ହେଉଛି କୌଣସି ପ୍ରକାରର ବିନ୍ଧାବିନ୍ଧି ହେଲେ କେବେବି ପେନକିଲର ଖାଆନ୍ତୁ ନାହିଁ ।

କାରଣ ଏହାଦ୍ବାରା ବିନ୍ଧା କିଛି ସମୟ ଭଲ ହୋଇଯାଏ ସିନା କିନ୍ତୁ ଭିତରେ ଥିବା ରୋଗ ଅଧିକ ବଢିବାର ସମ୍ଭାବନା ରହିଥାଏ । ହାତ ବିନ୍ଧା ଭଳି ଛୋଟ ସମସ୍ଯା ଭବିଷ୍ୟତରେ ବଡ ସମସ୍ଯାକୁ ଡାକି ଆଣିପାରେ । ତେଣୁ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button