IBN ଓଡ଼ିଶା ବ୍ୟୁରୋ

ଏହାକୁ ଥରେ ପଢିବା ପରେ ଆପଣ ଜୀବନରେ କେବେ ବି ଲେମ୍ବୁ ଚୋପା ଫିଙ୍ଗିବାର ଭୁଲ କରିବେ ନାହିଁ

ନମସ୍କାର ବନ୍ଧୁଗଣ ତେବେ ସାଧାରଣତଃ ଆମ୍ଭେ ଲେମ୍ବୁରସ ବାହାର କରି ସାରିବା ପରେ ତାହାର ଚୋପା କୁ ଫିଙ୍ଗି ଦେଇଥାଉ । ମାତ୍ର ଆପଣ ଏହା ଜାଣି ନଥିବେ ଯେ ଲେମ୍ବୁ ର ଏହି ଚୋପା ସାହାର୍ଯ୍ୟ ରେ ଆପଣ କେତେ ଉତ୍ତମ ପଦ୍ଦତି ବନାଇ ପାରିବେ । ଏହାପୁଣି ଏଭଳି ଜିନିଷ ଯାହାକୁ ଆପଣ ବଜାରରୁ ଅଧିକ ଦାମ ଦେଇ କିଣିଥାନ୍ତି ।   ଆସନ୍ତୁ ଜାଣିବା ଏହାକୁ କିପରି ବନାଇବା ? ପ୍ରଥମେ ଆପଣ କିଛି ଲେମ୍ବୁ ଚୋପା ନିଅନ୍ତୁ ।

ଏହା ପ୍ରେସ ହେଉ କିଅବା ଆପଣ ପୂର୍ବ ରୁ ରଖିଥିବା ଚୋପା ମଧ୍ୟ ହେଉ । ଆପଣ ଯେ କୌଣସି ଲେମ୍ବୁ ଚୋପା କୁ ବ୍ୟବହାର କରି ପାରିବେ । ଆପଣ ୧୦ ଟି ଲେମ୍ବୁ ଚୋପା କୁ ନିଅନ୍ତୁ । ଏହାପରେ ଏକ ପାତ୍ର ରେ ଆପଣ ଦେଢ ଗ୍ଳାସ ପାଣି ନିଅନ୍ତୁ । ଏହି ପାଣିରେ ସବୁ ଲେମ୍ବୁଚୋପା କୁ ପକାଇ ଦିଅନ୍ତୁ ।

ତେବେ ଏହାପରେ ଏହାକୁ ଗ୍ୟାସ ରେ ବସାଇ ଭଲ ଭାବରେ ଫୁଟାନ୍ତୁ ସମୁଦାୟ ୪ ରୁ ୫ ମିନିଟ ଆପଣ ଏପରି ଫୁଟାନ୍ତୁ । ଆପଣ ଏହାକୁ ଭଲ ଭାବରେ ଫୁଟାଇ ସାରିଲା ପରେ, ଏକାହୁ ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏହି ଲେମ୍ବୁ ପାଣି ଥଣ୍ଡା ହୋଇ ସାରିବା ପରେ, ବର୍ତ୍ତମାନ ଆପଣ ସମସ୍ତ ଲେମ୍ବୁ ଚୋପା କୁ ପାଣି ରୁ ଚିପୁଡି କାଢି ନିଅନ୍ତୁ ।

ତେବେ ଆପଣ ଗୋଟିଏ ପାତ୍ର ରେ ଏହି ଲେମ୍ବୁ ପାଣି କୁ ଛାଣି ନିଅନ୍ତୁ । ଏହାପରେ ଗୋଟିଏ ବୋତଲରେ ଅଧ ବୋତଲ ପାଣିରେ ଏହାକୁ ମିଶାଇ ଦିଅନ୍ତୁ । ସେହି ବୋତାଲରେ ୧ ଚାମଚ ଖାଇବା ସୋଢା ମିଶାଇ ଦିଅନ୍ତୁ । ଏହା ଯେତେବେଳେ ଲେମ୍ବୁ ରେ ମିଶିଥାଏ ତେବେ ବହୁତ ଅଧିକ ଇଫେକ୍ଟ କରିଥାଏ ଏବଂ ଏହା ସମସ୍ତ ଜୀବାଣୁ କୁ ଶେଷ କରିବାରେ ସାହାର୍ଯ୍ୟ କରିଥାଏ । ଆପଣ ଖାଇବା ସୋଢା କୁ ଏଥିରେ ପକାଇବା ପରେ ଦେଖିବେ ଯେ, ଏଥିରେ ଫେଣ ହେବା ଆରମ୍ଭ ହୋଇଯିବ ।

ଏହାପରେ ଏଥିରେ ଆପଣ ୨ ଚାମଚ ସର୍ଫ ଅଥବା କୌଣସି ବାସନ ମଜା ଲିକୁଇଟ ମିଶାଇ ଦିଅନ୍ତୁ । ଆପଣ ଦେଖିବେ ଆପଣ ଏକ ଉତ୍ତମ ଏବଂ ପ୍ରାକୃତିକ ଉପାୟରେ ଏକ କ୍ଲିଞ୍ଜର ପ୍ରସ୍ତୁତ କରିଦେଲେ । ଏହା ଆପଣଙ୍କୁ ଅନେକ ପ୍ରକାରର ଦାଗ ଲିଭାଇବାରେ ତଥା ବାସନ ମାଜିବାରେ ମଧ୍ୟ ସାହାର୍ଯ୍ୟ କରିବ । ତେବେ ଘରେ ଥିବା ଆଇନା, କାଚ ପଦାର୍ଥ, ତଥା କୋମ୍ପ୍ୟୁଟର ଏବଂ ଲାପଟପ ସ୍କ୍ରିନ କୁ ମଧ୍ୟ ସଫା କରିବେ । ମାତ୍ର ଟିକିଏ ଫେଣ ହେବା ପାଇଁ ଆପଣ ଏଥିରେ ଡିଟରଜେନ ମିଶାଇ ଦିଅନ୍ତୁ । ଏବଂ ଏହାର କମାଲ ଦେଖନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button