IBN ଓଡ଼ିଶା ବ୍ୟୁରୋ

ଶିବ ଲିଙ୍ଗରେ ଚଢ଼ା ଯାଇଥିବା ବେଲପତ୍ର ଖାଇଲେ କଣ କଣ ଫାଇଦା ମିଳିଥାଏ, 99% ଲୋକ ଜାଣିନାହାନ୍ତି

ବନ୍ଧୁଗଣ ଆମେ ମାନେ ଶିବଲିଙ୍ଗରେ ଯେଉଁ ବେଲପତ୍ର ଚଢାଇଥାଉ ତାହା କୌଣସି ସାଧାରଣ ନୁହେଁ । ତାହା ସାକ୍ଷାତ ମହାଦେବଙ୍କର ପ୍ରସାଦ ବନି ଯାଇଥାଏ । ବେଲପତ୍ର 6 ମାସ ଯାଏଁ ବାସି ହୁଏ ନାହିଁ । ଏହାକୁ ଠାରେ ଶିବଲିଙ୍ଗ ଉପରେ ଚଢାଇବା ପରେ ଧୋଇକି ଆଉ ଥରେ ଚଢାଇ ହେବ । ବେଲପତ୍ର ମହାଦେବଙ୍କୁ ଚଢାଇବା ପଛରେ ଏକ ପୌରାଣିକ କଥା ଅଛି । ସମୁଦ୍ର ମନ୍ଥନ ସମୟରେ ସୃଷ୍ଟିକୁ ବଞ୍ଚାଇବା ପାଇଁ ବିଷ ନିଜ କଣ୍ଠରେ ଧାରଣ କରିଥିଲେ । ତେଣୁ ତାଙ୍କୁ ନୀଳକଣ୍ଠ ମଧ୍ୟ କୁହାଯାଏ । ଆଜି ଆମେ ଆପଣଙ୍କୁ କହିବୁ ଶିବଲିଙ୍ଗରେ ଚଢା ଯାଇଥିବା ବେଲପତ୍ର ଖାଇଲେ କଣ ହୋଇଥାଏ । ସମୁଦ୍ର ମନ୍ଥନ ସମୟରେ ମହାଦେବ ବିଷପାନ କରିବା ପରେ ତାଙ୍କ ଶରୀରର ତାପମାତ୍ରା ବଢି ଯାଇଥିଲା ।

ଆଉ ଏହାକୁ ଶାନ୍ତ କରିବା ପାଇଁ ଅନ୍ୟ ଦେବତା ଗଣ ବେଲପତ୍ର ଖାଇବାକୁ ଦେଇଥିଲେ । ଯାହା ପରେ ମହାଦେବ ଶାନ୍ତ ହୋଇଥିଲେ । ବେଲପତ୍ର ଖାଇଲେ ଶୀତଳତା ମିଳିଥାଏ । ଧ୍ୟାନ ରଖିବେ 3ଟି ବେଲପତ୍ର ଚଢାଇବା ଉଚିତ । ଫାଟି ଯାଇଥିବା ବେଲପତ୍ର ଅର୍ପଣ କରିବା ଅନୁଚିତ । ପ୍ରତେକ ଦିନ ଶିବଲିଙ୍ଗରେ ବେଲପତ୍ର ଚଢାଇଲେ ସମସ୍ଯା ଦୂର ହେବା ସହ ଧନର ଅଭାବ ହେବ ନାହିଁ ।

ଧର୍ମ ଶାସ୍ତ୍ର ଅନୁଯାୟୀ ଚତୁର୍ଥୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା, ସଙ୍କ୍ରାନ୍ତି ତିଥିରେ ବେଲପତ୍ର ତୋଳିବା ଅନୁଚିତ । ସୋମବାରରେ ବେଲପତ୍ର ତୋଳିବା ଅନୁଚିତ । ଦ୍ଵିପହର ସମୟରେ ବେଲପତ୍ର ତୋଳିବା ଅନୁଚିତ । ଏହି ସବୁ ଦିନର ପୂର୍ବର ଦିନରୁ ବେଲପତ୍ର ତୋଳିବା ଉଚିତ । ସ୍କନ୍ଧ ପୁରାଣ ଅନୁଯାୟୀ ଥରେ ମାତା ପାର୍ବତୀଙ୍କର ଝାଳ ମନ୍ଦରାଚଳ ପର୍ବତ ଉପରେ ପଡିଥିଲା ।

ଏହାପରେ ସେଥିରୁ ଏକ ଗଛ ଉଠିଥିଲା ଯାହାକୁ ବେଲ ଗଛ ନାମରେ ଜଣାଗଲା । ବେଲପତ୍ରକୁ ଶିବଲିଙ୍ଗରେ ଚଢାଇ ସେବନ କରିଲେ ଅନେକ ପ୍ରକାରର ଫାଇଦା ମିଳିଥାଏ । ବେଲପତ୍ର ଖାଇବା ଦ୍ଵାରା ଅନେକ ଦୋଷ ଦୂର ହୁଏ । ଶରୀରରୁ ପାପ କ୍ଷୟ ହୋଇଥାଏ । କାରଣ ଶିବଲିଙ୍ଗରେ ଚଢା ଯାଇଥିବାରୁ ଏହା ସିଦ୍ଧ ହୋଇଥାଏ ।

ଯେଉଁ ମାନଙ୍କୁ ଗୋ-ହତ୍ୟା ପାପ ଲାଗିଛି ସେମାନେ 2 ମାସ ଯାଏଁ ବେଲପତ୍ର ସେବନ କରନ୍ତୁ । ଏହା ତାମସିକ ଗୁଣ ଶେଷ କରିଥାଏ । ମଦ୍ୟପାନ କରୁଥିଲେ ବେଲପତ୍ର ସେବନ କରନ୍ତୁ । ଏହା ଦ୍ଵାରା ଶରୀରର ଶୁଦ୍ଧ ହୋଇଥାଏ । ଏହା ସହ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ । ପ୍ରତେକ ଦିନ 5ଟି ବେଲପତ୍ର ଖାଇବା ଦ୍ଵାରା ରକ୍ତ ସଫା ହୋଇଥାଏ ।

ଏକ ମାସ ଯାଏଁ ବେଲପତ୍ର ଖାଇବା ଦ୍ଵାରା ଇଚ୍ଛାର ପୂର୍ତ୍ତି ହୋଇଥାଏ । 6 ମାସ ଯାଏଁ ବେଲପତ୍ର ଖାଇବା ଦ୍ଵାରା ବର୍ତ୍ତମାନ, ଭବିଷ୍ୟତ ଦେଖିବାର ସିଧି ପ୍ରାପ୍ତ ହୁଏ । 21 ଦିନ ଯାଏଁ ବେଲପତ୍ର ଖାଇଲେ ସୌଭାଗ୍ୟ ଆସିଥାଏ । ନବ ଗ୍ରହଙ୍କ ପୀଡା ଥିଲେ ରାତିଦିନ 5ଟି ବେଲପତ୍ର ଖାଆନ୍ତୁ । କୌଣସି ଦେବୀ ଦେବତାଙ୍କ କୁ-ଦ୍ରୁଷ୍ଟି ଲାଗିଛି ବେଲପତ୍ର ଖାଆନ୍ତୁ । ଏହା ସହ ଶରୀରର ସିଦ୍ଧ ହୋଇଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button