IBN ଓଡ଼ିଶା ବ୍ୟୁରୋ

ନାରୀମାନେ କେତେ ପ୍ରକାରର ହୋଇଥାନ୍ତି ? ଯେଉଁ ଲକ୍ଷଣ ଯୁକ୍ତ ନାରୀଙ୍କୁ ବିବାହ କରିଲେ ପୁରୁଷ ଧନବାନ ଓ ଦୀର୍ଘାୟୁ ହୋଇଥାଏ ?

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ନାରୀ ମାନାଙ୍କ ଉପରେ ଅନେକ ବିବରଣୀ ରହିଛି । ନାରୀ କେତେ ପ୍ରକାରର, ସେମାନଙ୍କର କଣ ସବୁ ଲକ୍ଷଣ ଥାଏ, ସ୍ଵଭାବ କିପରି ହୋଇଥାଏ ତାହା ବର୍ଣ୍ଣନା କରାଯାଇଛି । ଆଜି ଆମେ ଆପଣଙ୍କୁ କହିବୁ ଏହି ସବୁ ବିଷୟରେ କହିବା ସହ କେଉଁ ପ୍ରକାରର ନାରୀଙ୍କୁ ଜଣେ ପୁରୁଷ ବିବାହ କରିଲେ ମହାଧନୀ ହୋଇଥାଏ । ବନ୍ଧୁଗଣ ନାରୀମାନେ 4 ପ୍ରକାରର ହୋଇଥାନ୍ତି ଯଥା ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ, ହସ୍ତିନୀ । ସେହିପରି ପୁରୁଷ 4 ପ୍ରକାରର ହୋଇଥାନ୍ତି ଯଥା ଶଶାଙ୍କ, ମୃଗ, ପୁଷ, ଅଶ ଜାତିର ହୋଇଥାନ୍ତି ।

1- ପଦ୍ମିନୀ ନାରୀଙ୍କୁ ଶସ୍ତ୍ରରେ ସର୍ବୋତ୍ତମ ମାନ୍ୟତା ଦିଆଯାଇଛି । ଏମାନେ ଦୁନିଆର ବହୁତ କମ ଥାନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଏମାନେ ଧାର୍ମିକ, ପୂଜା ପାଠରେ ବିଶ୍ଵାସୀ, ଗୁରୁ ବ୍ରମ୍ହାଙ୍କ ସେବା କରିଥାନ୍ତି । ବାପଘର ଓ ଶାଶୁଘରର ହିତକାରିଣୀ ହେବ ସହ ଅତି ସୁନ୍ଦର ହୋଇଥାନ୍ତି । ଏମାନଙ୍କର କେଶ ଘନ, ଲମ୍ବା ହୋଇଥାଏ । ଏମାନଙ୍କର ପାଦ ଛୋଟ ହେବା ସହ ପତି ପରାୟଣ ହୋଇଥାନ୍ତି । ଅଳ୍ପ ଭୋଜନାରେ ସନ୍ତୁଷ୍ଟ ହେବ ସହ ଯେଉଁ ଘରେ ବାସ କାରଣରୁ ସ୍ଵର୍ଗତୁଲ୍ୟ ହୋଇଥାଏ । ଯେଉଁ ପୁରୁଷଙ୍କୁ ବିବାହ କରନ୍ତି ସେମାନେ ଧନବାନ ଓ ଦୀର୍ଘାୟୁ ହୋଇଥାନ୍ତି ।

2- ଚିତ୍ରାଣୀ ନାରୀମାନେ ପତିବ୍ରତା ହେବା ସହ ସ୍ଵଜନଙ୍କୁ ସ୍ନେହ କରନ୍ତି । ସମସ୍ତ କାର୍ଯ୍ୟ ଜଲ୍ଦି କରନ୍ତି । ଏମାନଙ୍କ ପାଖରେ ଭୋଗ ବିଳାସର ଆଶା କମ ଥାଏ । ଏମାନଙ୍କ ପାଖରେ ପରିଶ୍ରମଯୁକ୍ତ କାମ ହୁଏ ନାହିଁ । ଏମାନେ ବୁଦ୍ଧିମତୀ ହେବ ସହ ଚିତ୍ର, ନୃତ୍ୟୁ, ଗୀତ ଗାଇବା ପସନ୍ଦ ହୋଇଥାଏ । ଏମାନେ ଧାର୍ମିକ ଓ ପୂଜାରିଣୀ ହେବା ସହ ତୀର୍ଥ, ସାଧୁ, ସନ୍ଥଙ୍କର ପୂଜା କରବାରେ ମନ ବଳାଇଥାନ୍ତି । ଏମାନଙ୍କୁ ବିବାହ କରିଥିବା ପୁରୁଷ ସୁଖରେ ରହିଥାନ୍ତି । କେଶ କଳା ଓ କଣ୍ଠ କୋଇଲି ପରି ହୋଇଥାଏ ।

3- ଶଙ୍ଖିନୀ ନାରୀମାନେ ଅନ୍ୟ ନାରୀ ଅପେକ୍ଷା ଲମ୍ବା ହେବ ସହ କିଛି ମୋଟା ଓ ପତଳା ମଧ୍ୟ ହୋଇଥାନ୍ତି । ଏମାନଙ୍କ ଆଖି ଅସ୍ଥିର ହେବା ସହ ଅସନ୍ତୁଷ୍ଟ ଦେଖାଯାଆନ୍ତି । ଏମାନେ ସ୍ବାମୀଙ୍କ ଉପରେ ରୁଷ୍ଟ ହେବ ସହ କଥା ମାନି ନ ଥାନ୍ତି । ଏମାନଙ୍କର ମନ ଭୋଗ ବିଳାସରେ ରହିବା ସହ ଦୟା ଭାବ ନ ଥାଏ । ଏମାନେ ସଂସାରରେ ଅଧିକ ହୋଇଥାନ୍ତି । ଏମାନଙ୍କର ଆୟୁଷ ଲମ୍ବା ହେବା ସହ ବାପଘର ଓ ଶାଶୁଘର ନଷ୍ଟ ହୋଇଯାଏ । ଶେଷ ସମୟରେ ବହୁତ କଷ୍ଟ ପାଇଥାନ୍ତି । ଏମାନେ ବୃଷ ରାଶିର ଲୋକଙ୍କୁ ବିବାହ କରିଲେ କିଛି ମାତ୍ରାରେ ସନ୍ତୁଷ୍ଟ ହୋଇଥାନ୍ତି ।

4- ହସ୍ତିନୀ ନାରୀମାନଙ୍କର ସ୍ଵଭାବ ପରିବର୍ତ୍ତନଶୀଳ ହୋଇଥାଏ । ଏମାନଙ୍କର ଭୋଗ ବିଳାସରେ ରହିବାକୁ ଇଚ୍ଛା ଥିବା ସହ କଥା କଥାରେ ହସିଥାନ୍ତି । ଏମାନେ ଆଳସ୍ୟ ସ୍ଵଭାବର ହେବା ସହ ରାଗିଥାନ୍ତି । ଏମାନଙ୍କର ପାଦର ଆଙ୍ଘୁଠି ସମାନ ନ ଥାଏ । ଆକସ୍ମିକ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଏମାନଙ୍କର ମର୍ଯ୍ୟାଦା କ୍ଷୀଣ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button