ରାଜ୍ୟ

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା ଅଭିଯୋଗ – Ibnodisha

[ad_1]

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବେନଗାଁ ପଞ୍ଚାୟତ ସରପଦର ଗାଁର ଜଣେ ଯୁବକ ଯୁଗି ମାଝୀ(୩୦) ନିଜ ଶ୍ୱଶୁର ଘର ଭବାନୀପାଟଣା ସଦର ବ୍ଳକ ଯୁଗସାଇପାଟଣା ପଞ୍ଚାୟତ ସଲପାଙ୍ଗ ଗାଁରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଯୁବକଙ୍କ ଝୁଲନ୍ତା ଶବକୁ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ପ୍ରାୟ ୪୨ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ସତ୍କାର କରିଥିବା ସୂଚନା ମିଳିଛି।

ଲାଞ୍ଜିଗଡ଼ ବ୍ଳକ ବେନଗାଁ ପଞ୍ଚାୟତ ସରପଦର ଗାଁର ଯୁଗି ମାଝୀ ୪ ବର୍ଷ ତଳେ ଯୁଗସାଇପାଟଣା ପଞ୍ଚାୟତ ସଲପାଙ୍ଗ ଗାଁର ବାହାଡ଼ା ମାଝୀଙ୍କ ଝିଅକୁ ବାହା ହୋଇଥିଲେ। ନିଜ ସ୍ତ୍ରୀ, ୩ ପୁଅ ଓ ଗୋଟିଏ ଝିଅ ସହିତ ସେ ନିଜ ଶ୍ୱଶୁର ଘରେ ରହି ଆସୁଥଲା। ବୁଧବାର ରାତିରୁ ସେ ଘରକୁ ଫେରି ନଥିବାବେଳେ ଗୁରୁବାର ସକାଳେ ଗାଁରୁ କିଛି ଦୂରରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ ବିଳମ୍ବରେ ପୁଲିସ ପହଞ୍ଚିବା ସହିତ ଶବ ଜବତ କରି ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ବିଜେପୁର ଓ ସଦର ଥାନା ପକ୍ଷରୁ ଏହାର ତଦନ୍ତ କରାଯାଉଥିବାବେଳେ ସଦର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତେବେ ଯୁଗିର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏନେଇ ତଦନ୍ତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button