ଦେଶ
ଉତ୍କଳ ଦିବସ ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା – Ibnodisha

[ad_1]
ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଢି ଉଠିଥିଲା ଓଡିଶା । ଏହି ଦିବସ ଅବସରରେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାରେ ସୁଅ । ଉତ୍କଳ ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ଜାରି କରି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, “ପ୍ରତ୍ୟେକ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ । ଆଜିର ଏହି ପବିତ୍ର ଦିନରେ ଓଡ଼ିଶାର ଅସ୍ମିତା ଓ ସ୍ଵାଭିମାନକୁ ସୁରକ୍ଷିତ ରଖିବା ସହ ଆମ ସଂସ୍କୃତିକୁ ଆଗକୁ ନେବା ପାଇଁ ସଂକଳ୍ପ ନେବା । ବନ୍ଦେ ଉତ୍କଳ ଜନନୀ ।”
[ad_2]