ରାଜନୀତି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ – Ibnodisha

[ad_1]

*ନିର୍ବାଚନ ହାରିଯିବା ଭୟରେ ମହିଳା, ଛାତ୍ରଛାତ୍ରୀ ଓ ଯୁବକଙ୍କୁ ଟଙ୍କା ବାଂଟୁଛି ବିଜେଡି : ଗୋଲକ ମହାପାତ୍ର*

 ପରଜଙ୍ଗ ବିଧାୟକ ଶ୍ରୀ ନୃସିଂହ ଚରଣ ସାହୁ ଏକ ଦଳୀୟ ମିଶ୍ରଣ ପର୍ବରେ ମହିଳାମାନଙ୍କୁ ଶାଢ଼ି ବଂଟନ କରି ନିର୍ବାଚନ ଆଚରଣ ବିଧିକୁ ଲଉଘଂନ କରିଛନ୍ତି
 ସ୍ପେସିଆଲ ଡେଭେଲପମେଂଟ କାଉନସିଲ ସଦସ୍ୟ ତଥା ସରକାରୀ ଅଧିକାରୀ ଶ୍ରୀ କରୁଣାକର ହେମ୍ରମ ମଧ୍ୟ ଉପସ୍ଥିତ ଥିଲେ
 ଧାରା ୧୭୧(ବି),(ଇ) ଅନୁଯାୟୀ ଦଣ୍ଡ ପ୍ରଦାନ କରାଯାଉ
 ସରକାରୀ କାର୍ଯ୍ୟକ୍ରମ ଜରିଆରେ ଯୁବକମାନଙ୍କୁ ବିଜେଡିର ଦଳୀୟ ଶଙ୍ଖ ଚିହ୍ନ ଲାଗିଥିବା ଗୋଟିଏ ଗୋଟିଏ ନବୀନ ଓଡିଶା ମ୍ୟାଜିକ କାର୍ଡ ବଂଟାଯାଉଛି

ଭୁବନେଶ୍ୱର : ବିଜୁ ଜନତା ଦଳ ପ୍ରତି ଓଡିଶାବାସି ବିମୁଖ ହେଉଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡି ପାଖରେ କେବଳ ଅର୍ଥ ବଳ ହିଁ ରହିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଟଙ୍କା ବଳ ଓ କ୍ଷମତା ବଳକୁ ପ୍ରୟୋଗ କରି ଶାସନକୁ ଆସିବା ପାଇଁ ଚେଷ୍ଟା ଚଳାଇଛି । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ସତ୍ୱେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର ନେତାମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଭଳି ବେଆଇନ କାର୍ଯ୍ୟ କରିବାକୁ ପଛଘୁଂଚା ଦେଉନାହାନ୍ତି । ପରଜଙ୍ଗ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ନୃସିଂହ ଚରଣ ସାହୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ ବ୍ଲକର ପିତଲାଧୂଆ ପଂଚାୟତର ବେଲବଣିସାହି ଗ୍ରାମରେ ଅନୁଷ୍ଠିତ ଏକ ଦଳୀୟ ମିଶ୍ରଣ ପର୍ବରେ ମହିଳାମାନଙ୍କୁ ଶାଢ଼ି ବଂଟନ କରିଥିଲେ ଏବଂ ଏହି ସମୟରେ ସ୍ପେସିଆଲ ଡେଭେଲପମେଂଟ କାଉନସିଲ ସଦସ୍ୟ ଶ୍ରୀ କରୁଣାକର ହେମ୍ରମ ମଧ୍ୟ ଉପସ୍ଥିତ ଥିଲେ । ଯାହା ନିର୍ବାଚନ ଆଚରଣ ବିଧିକୁ ଲଉଘଂନ କରୁଛି, ଯାହାକି ଧାରା ୧୭୧(ବି),(ଇ) ଅନୁଯାୟୀ ଦଣ୍ଡନୀୟ ।
ସେହିପରି ନିର୍ବାଚନ ବୈତରଣୀ ପାର ହେବା ଲାଗି ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ପ୍ରଲୋଭନ ଦେଖାଇବା ଆରମ୍ଭ କରିଦେଇଛି ବିଜୁ ଜନତା ଛାତ୍ର ଦଳ । ସରକାରୀ କାର୍ଯ୍ୟକ୍ରମ ଜରିଆରେ ଯୁବକମାନଙ୍କୁ ବିଜେଡିର ଦଳୀୟ ଶଙ୍ଖ ଚିହ୍ନ ଲାଗିଥିବା ଗୋଟିଏ ଗୋଟିଏ ନବୀନ ଓଡିଶା ମ୍ୟାଜିକ କାର୍ଡ ବାଂଟୁଛନ୍ତି । ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ନଷ୍ଟ କରିଦେଇଥିବା ବିଜୁ ଜନତା ଦଳ ପ୍ରତ୍ୟେକ କଲେଜକୁ ଯାଇ ସରକାରୀ ପ୍ରଶାସନିକ ଅଧିକାରୀମାନଙ୍କ ସହାୟତାରେ ଗ୍ରୁପ ତିଆରି କରି ମିଟିଂ କରୁଛି । ନିର୍ବାଚନ ହାରିଯିବା ଭୟରେ ଛାତ୍ରଛାତ୍ରୀ ଓ ଯୁବକଙ୍କୁ ଟଙ୍କା ବାଂଟିବା କାର୍ଯ୍ୟ ବିଜେଡି ଆରମ୍ଭ କରି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଘଂନ କରୁଛି ।
ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ସୋନାଲୀ ସାହୁ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button