ରାଜ୍ୟ

ଓଡ଼ିଶାର ନାମକୁ ଉତ୍କଳ ରଖାଯାଉ – Ibnodisha

[ad_1]

ସାଲେପୁର :-ଅଟଳସେନା ଓଡ଼ିଶା ପକ୍ଷରୁ ୮୯ତମ ଉତ୍କଳ ପ୍ରଦେଶ ପ୍ରତିଷ୍ଠା ଦିବସ ସମାରୋହ ସାଲେପୁର ସ୍ଥିତ ମା ବୁଢୀ ଜାଗୁଳାଇ ପୀଠରେ ଅଟଳ ସେନାର ରାଜ୍ୟ ସଭାପତି ଦିବାକର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି। ସେନାର ମଣ୍ଡଳ ସଭାପତି ତପନ କୁମାର ଭୁୟାଁଙ୍କ ସଭପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଲେପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଉମେଶ ଚନ୍ଦ୍ର ପତି ଯୋଗ ଦେଇ ଓଡ଼ିଶା ଦିବସକୁ ଏକ ଗଣପର୍ବ ହିସାବରେ ପାଳନ କରିବାକୁ ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଟଳ ସେନା ଚିନ୍ତନ ପରିସଦ ଉପାଧକ୍ଷ ପ୍ରଫେସର ଡ ପ୍ରଭାତ କିଶୋର ଦାୟବ ଯୋଗଦେଇ ଓଡିଶାର ନାମକୁ ଉତ୍କଳ କରାଯିବାକୁ ମତ ବ୍ୟକ୍ତ କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟାପକ ବଲାଇ ଚରଣ ନାୟକ, ଶିକ୍ଷାବିତ୍ କୁଳମଣୀ ବାରିକ, ଘନସ୍ୱାମ ସାମଲ, ଉପଦେଷ୍ଟା ଲକ୍ଷ୍ମୀନାରାୟଣ ନାୟକ, ରାଜ୍ୟ ସଙ୍ଗଠନ ସମ୍ପାଦକ ରବିନ୍ଦ୍ର କୁମାର ବେହରା, ଅଧିବକ୍ତା ଉପେନ୍ଦ୍ର କୁମାର ସାମଲ, ପ୍ରତିଷ୍ଠାତା ସଭ୍ୟ ବିଜୟ କୁମାର ଦାଶ, ଅଟଳ ସେନାର କଟକ ଜିଲ୍ଲା କାର୍ଯ୍ୟକାରି ସଭାପତି ଅଶୋକ କୁମାର ବେହେରା, ମହିଳା ସଂଘ ସମ୍ପାଦିକା ବିଜଇନି ନାୟକ, ସଞ୍ଜୁଲତା ସିଂ, ବିଜୟଲକ୍ଷ୍ମୀ ଶତପଥୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି, ରଶ୍ମିରଞ୍ଜନ ପରିଡା, ଭାବଗ୍ରାହୀ ବେହେରା, ମେଘୁ ସିଂ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ଅଟଳ ମହିଳା ସଂଘର ରାଜ୍ୟ ସଭାନେତ୍ରୀ ଦୀପ୍ତିମୟି ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଅଭୟ କୁମାର ଭୁୟାଁ ଧନ୍ୟବାଦ୍ ଦେଇଥିଲେ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button