ଦେଶ

ବିଜେପିରେ ଯୋଗଦେଲେ ବିଜେନ୍ଦର ସିଂହ – Ibnodisha

[ad_1]

ନୂଆଦିଲ୍ଲୀ:  ବକ୍ସର୍ ବିଜେନ୍ଦିର ସିଂହ ବୁଧବାର କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।  ବିଜେନ୍ଦରଙ୍କ ବିଜେପିରେ ଯୋଗଦେବା ପରେ ପାର୍ଟିକୁ ଦିଲ୍ଲୀରୁ ହରିଆଣା ପର୍ଯ୍ୟନ୍ତ ରାଜନୈତିକ ଲାଭ ମିଳିବାର ସମ୍ଭାବନା ରହିଛି । ହରିଆଣାର ଭିୱାନୀ ନିବାସୀ ବିଜେନ୍ଦର ଜାଟ୍ ସମାଜର ହୋଇଥିବାରୁ ତାଙ୍କର ଯୋଗଦାନ ଜାଟ୍‌ଙ୍କ କଥିତ ଅସନ୍ତୋଷରୁ ବିଜେପିର ମୁକ୍ତି ମିଳିବାରେ  ସହାୟତା କରିବ । ସୂଚନାଯୋଗ୍ୟ, ୨୦୨୩ରେ ବିଜେନ୍ଦର ରାଜନୀତିରୁ ସନ୍ନ୍ୟାସ ନେବାକୁ କହିଥିଲେ । ମାତ୍ର ଏବେ ପୁଣିଥରେ ସେ ରାଜନୀତିରେ ସକ୍ରିୟ ହୋଇଥିବା ଆଲୋଚନା ହେଉଛି । ବିଜେନ୍ଦର ୨୦୧୯ରେ କଂଗ୍ରେସରେ ଯୋଗଦେଇ ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ ପାର୍ଟି ଟିକେଟ୍‌ରେ ଲଢ଼ିଥିଲେ । ତେବେ ତାଙ୍କୁ ବିଜେପିର ରମେଶ ବିଧୁରିଙ୍କ ହାତରେ ପରାଜିତ ହେବାକୁ ପଡ଼ିଥିଲା । ବିଜେନ୍ଦର କହିଛନ୍ତି ବିଜେପିରେ ଯୋଗଦେବା ମୋ ପାଇଁ ଘରକୁ ଫେରିବା ପରି । ସେ କହିଛନ୍ତି, ଏହି ସରକାରରେ ଖେଳ ଯେଉଁ ମାନ ସମ୍ମାନ ମିଳିଛି ତାହା ଗୁରୁତ୍ୱପୂର୍ଣ୍ଣ । ଏହି ପାର୍ଟିରେ ରହି ଖେଳାଳିଙ୍କୁ ସମ୍ମାନ ଦେବାପାଇଁ ଉଦ୍ୟମ କରିବି । ସେ କହିଛନ୍ତି, ବର୍ତ୍ତମାନ ଆମେ ଖେଳିବା ପାଇଁ ବିଦେଶ ଗସ୍ତ କରୁଥିବା ବେଳେ ଭିନ୍ନ ପରିବେଶ ହୋଇଥାଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button