ଆଇପିଏଲ୍ର ୪ର୍ଥ ଦ୍ରୁତତମ ବଲ୍ ପକାଇଲେ ମୟଙ୍କ – Ibnodisha
[ad_1]
ବେଙ୍ଗାଲୁର: ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସର ଯୁବ ଫାଷ୍ଟ୍ ବୋଲର୍ ମୟଙ୍କ ଯାଦବ ଚଳିତ ଆଇପିଏଲ୍ ସିଜନ୍ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଲଗାତାର ଦୁଇଟି ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିବା ମୟଙ୍କ ମଙ୍ଗଳବାର ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ରେ ୪ ଓଭର୍ରେ ୧୪ ରନ୍ ଦେଇ ତିନିଟି ୱିକେଟ୍ ଦଖଲ କରିଥିଲେ । ସ୍ପେଲ୍ରେ ସେ ଆଠଥର ଘଣ୍ଟାପ୍ରତି ୧୫୦ କିମିରୁ ଊର୍ଦ୍ଧ୍ୱ ବେଗରେ ବୋଲିଂ କରିଥିଲେ । ଏହା ମଧ୍ୟରୁ ତାଙ୍କର ଗୋଟିଏ ବଲ୍ର ବେଗ ଘଣ୍ଟାପ୍ରତି ୧୫୬.୭ କିମି ଥିଲା । ଏହା ଆଇପିଏଲ୍ ଇତିହାସର ଚତୁର୍ଥ ଦ୍ରୁତତମ ବଲ୍ । ପୂର୍ବରୁ ଶନିବାର ପଞ୍ଜାବ ବିପକ୍ଷ ନିଜର ଡେବ୍ୟୁ ମ୍ୟାଚ୍ରେ ଘଣ୍ଟାପ୍ରତି ୧୫୫.୮ କିମି ବେଗର ବଲ୍ ପକାଇଥିଲେ । ଏହା ସିଜନ୍ର ଦ୍ରୁତତମ ବଲ୍ ଥିଲା । ତେବେ ଦୁଇଦିନ ପରେ ମୁମ୍ବାଇ ବୋଲର୍ ଗେରାଲ୍ଡ କୋଏଟ୍ଜି (୧୫୭.୪ କିମି) ଏହି ରେକର୍ଡ ଭଙ୍ଗ କରିଥିଲେ । ଆଇପିଏଲ୍ରେ ଦ୍ରୁତତମ ବଲ୍ର ରେକର୍ଡ ଅଷ୍ଟ୍ରେଲିଆର ଶନ୍ ଟେଟ୍ ନାମରେ ରହିଛି । ୨୦୧୧ ଆଇପିଏଲ୍ରେ ସେ ଘଣ୍ଟାପ୍ରତି ୧୫୭.୭ କିମି ବେଗରେ ବଲ୍ ପକାଇଥିଲେ । ଭାରତର ଉମରାନ୍ ମଲିକ ମଧ୍ୟ ୧୫୭ କିମି ବେଗରେ ବୋଲିଂ କରିସାରିଛନ୍ତି ।
ଏହା ବ୍ୟତୀତ ମୟଙ୍କ ଚଳିତ ସିଜନ୍ରେ ଦୁଇଟି ମ୍ୟାଚ୍ରେ ତିନିଥର ଘଣ୍ଟା ପ୍ରତି ୧୫୫ କିମିରୁ ଊର୍ଦ୍ଧ୍ୱ ବେଗରେ ବଲ୍ ପକାଇଛନ୍ତି । ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ତାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର୍ ତିନିଥର ୧୫୫ କିମିରୁ ଊର୍ଦ୍ଧ୍ୱ ବେଗରେ ବୋଲିଂ କରିନାହାନ୍ତି । ଉମରାନ୍ ମଲିକ ଓ ଆନ୍ରିକ୍ ନୋର୍ଜେ ଦୁଇଥର ଲେଖାଏଁ ଏହି କାରନାମା କରିଛନ୍ତି । ସେହିପରି ଆଇପିଏଲ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିବାରେ ମୟଙ୍କ ପ୍ରଥମ ଖେଳାଳି ହୋଇଛନ୍ତି ।
[ad_2]