ରାଜ୍ୟ

ବିଜେଡି ଛାଡିଲେ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା – Ibnodisha

[ad_1]

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଭୋଟକୁ ଆଉ ଦିନ କେଇଟା ଥିବାବେଳେ ରାଜ୍ୟରେ ଜୋର୍ ଧରିଛି ଦଳ ଡିଆଁ ପର୍ବ । ଟିକେଟ୍ କଟିବା ଆଶଙ୍କାରେ ବଡ ବଡ ନେତାମାନେ ନିଜ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି । ଏହାରି ଭିତରେ ପୁଣି ଜଣେ ବିଜେଡି ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ରାମଚନ୍ଦ୍ର ପଣ୍ଡା  । ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ରକୁ ଦଳର ସଭାପତି ତଥା ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିକଟକୁ ପଠାଇ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button