IBN ଓଡ଼ିଶା ବ୍ୟୁରୋ

ଏହି ସାମାନ୍ୟ କାରଣରୁ ମହିଳାଙ୍କୁ ହୋଇଥାଏ ହୃଦଘାତ! ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ..

ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଘଟିଥିବା କିଛି ଘଟଣାକୁ ଆଧାର କରି ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ଖାଲି ବୟସ୍କ ନୁହନ୍ତି, ଯୁବକମାନେ ମଧ୍ୟ ହୃଦଘାତରେ ମୃତ୍ୟୁମୁଖରେ ପଡୁଛନ୍ତି । ଖାଲି ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ନୁହେଁ, ଚାଳିଶି ବର୍ଷରୁ କମ ବୟସର ଲୋକ ମଧ୍ୟ ହୃତଘାତର ଶିକାର ହେଉଛନ୍ତି । ଖାଲି ସେତିକି ନୁହେଁ ବରଂ ମହିଳାମାନେ ଯଥେଷ୍ଟ ପରିମାଣରେ ହୃଦଘାତରେ ମୃତ୍ୟୁମୁଖରେ ପଡୁଛନ୍ତି ।

ଅନିଦ୍ରା କିମ୍ବା ଯଥେଷ୍ଟ ପରିମାଣରେ ନ ଶୋଇବା ଦ୍ୱାରା ଶରୀର ପାଇଁ କ୍ଷତିକାରକ ସହ ଅନେକ ରୋଗର ଏହାର କାରଣ। ଏହା ସଭିଁଙ୍କୁ ଜଣା। ଏକ ଅଧ୍ୟୟନ ଅନୁଯାୟୀ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନିଦ୍ରାକୁ ନେଇ ସାମ୍ନାକୁ ଆସିଛି। ଯଦି ମହିଳାମାନେ ଯଥେଷ୍ଟ ପରିମାଣରେ ନିଦରେ ଶୋଉ ନାହାଁନ୍ତି କିମ୍ବା ଅନିଦ୍ରା ସମସ୍ୟା ରହୁଛି, ଏଭଳି ଲାଗି ରହିଲେ ହୃଦୟ ଜନିତ ସମସ୍ୟା ଓ ରୋଗ ହେବାର ଯଥେଷ୍ଟ ସମ୍ଭାବନା ଥାଏ।

ମହିଳା ମାନେ ରାତି ସମୟରେ ୭ ଘଣ୍ଟା ନିଦରେ ନଶୋଇବା ଦ୍ୱାରା ହୃଦଘାତ,ଷ୍ଟ୍ରୋକ୍‌‌ ସହ ବିଭିନ୍ନ ସଂକ୍ରମଣ ଜନିତ ରୋଗ ହେବାର ସମ୍ଭାବନା ଥାଏ। ନିଦ ଭଲ ଭାବେ ନହେବା ଦ୍ୱାରା ଏହି ସମ୍ଭାବନା ୭୦ ପ୍ରତିଶତ ଅଧିକ ରହିଥାଏ।

ବୈଜ୍ଞାନିକ ମାନଙ୍କ ଦ୍ୱାରା ୨,୫୧୭ ମହିଳାଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନ ଅନୁଯାୟୀ, ଯେଉଁ ମହିଳାଙ୍କର କମ୍‌‌ ନିଦ, ଅନିଦ୍ରା, ବାରମ୍ବାର ନିଦ ଭାଙ୍ଗିବା ସମସ୍ୟା ହେଉଛି , ସେଭଳି ଚାରି ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କର ହୃଦୟ ଜନିତ ସମସ୍ୟା ହୋଇଥାଏ। ଏମାନଙ୍କ ନିକଟରେ ୭୦ ପ୍ରତିଶତ ହୃଦଘାତ ହେବାର ସମ୍ଭାବନା ଥାଏ।

ଯେଉଁ ମହିଳାମାନେ ୫ ଘଣ୍ଟାରୁ କମ୍‌‌ ସମୟ ନିଦରେ ଶୁଅନ୍ତି, ସେମାନଙ୍କ ନିକଟରେ ୭୨ ପ୍ରତିଶତ ହୃଦଘାତ, ଷ୍ଟ୍ରୋକ୍‌‌ ହେବାର ଅଧିକ ସମ୍ଭାବନା ଥାଏ।
ଅଧ୍ୟୟନ ଅନୁଯାୟୀ, ଯେଉଁ ମହିଳାମାନଙ୍କର ଲଗାତାର ନିଦର ସମସ୍ୟା ରହିଛି, ସେମାନଙ୍କର ରକ୍ତଚାପ ଅଧିକ ରହିଥାଏ। ଏହା ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ।  ହୃଦୟଜନିତ ସମସ୍ୟା ହେବାର ସମ୍ଭାବନା ୭୫ ପ୍ରତିଶତ ବୃଦ୍ଧି କରିଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଶରୀର ଓ ମନକୁ ଶାନ୍ତ ରଖିବା ପାଇଁ ଯୋଗ, ଧ୍ୟାନ, ମନ୍ତ୍ରଚାରଣ କରିବା ଉଚିତ୍‌‌। ସପ୍ତାହରେ ୧୫୦ ମିନିଟ୍‌‌ ବ୍ୟାୟାମ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ। ମାନସିକ ଦୁଃଶ୍ଚିନା କାରଣରୁ ନିଦ ନ ହେଉଥିଲେ, କେଶରେ ସାମାନ୍ୟ ତେଲରେ ମାଲିସ୍‌‌ କରନ୍ତୁ। ନିଜ ଖାଦ୍ୟରେ ମାଗ୍ନେସିୟମ ଥିବା ଖାଦ୍ୟ ସାମିଲ କରନ୍ତୁ। ଶୋଇବାର ୨ ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ। ଅତ୍ୟଧିକ ଚା’ ଓ କଫି ସେବନ କରନ୍ତୁ ନାହିଁ। ସାଧାରଣ ତାପମାତ୍ରାରେ ଥିବା ପାଣିରେ ଭଲରେ ଧୋଇ ହୋଇ ଶୁଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button