ଯୁବକଙ୍କୁ ମାଡ ମାରି ଲୁଟି ନେବା ଅଭିଯୋଗରେ ୨ ନାବାଳକ ଗିରଫ – Ibnodisha
[ad_1]
ଭୁବନେଶ୍ୱର: ରାସ୍ତାରେ ଗଲା ବେଳେ ଲିଫ୍ଟ ମାଗିଲା । ଲିଫ୍ଟ ପାଇବା ପରେ ନିଜ ନାବାଳକ ସଙ୍ଗ ସହ ମିଶି ଯୁବକକୁ ମାଡ ମାରି ୨୭ ହଜାର ଟଙ୍କା, ସୁନା ମୁଦି ଏବଂ ଫୋନ ଲୁଟି ନେବା ଅଭିଯୋଗରେ ଦୁଇ ନାବାଳକଙ୍କୁ କାବୁ କରିଛି ବଡ଼ଗଡ ଥାନା ପୁଲିସ । ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ରଶ୍ମୀ ରଞ୍ଜନ ନାୟକ ଗତ ୧ ତାରିଖ ସନ୍ଧ୍ୟାରେ ବିଜେବି ନଗର ଅଞ୍ଚଳରୁ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ମଇଁଷାଖାଲ ବସ୍ତି ନିକଟରେ ଜଣେ ନାବାଳକ ବଡ଼ଗଡ କେନାଲ ରୋଡ଼ ଯିବା ଲାଗି ତାଙ୍କୁ ଲିଫ୍ଟ ମାଗିଥିଲେ । ଅଭିଯୋଗକାରୀ ଜଣକ ତାଙ୍କୁ ଲିଫ୍ଟ ଦେବା ପରେ ନାବାଳକଙ୍କ କହିବା ମୁତାବକ ପତିତପାବନ ନଗର ଅଭିମୁଖେ ଯାଇଥିଲେ । ରାସ୍ତାରେ ଏକ ନିର୍ଜନ ସ୍ଥାନରେ ନାବାଳକଙ୍କ ଅନ୍ୟ ଜଣେ ନାବାଳକ ସହଯୋଗୀ ଆସି ପହଞ୍ଚିବା ପରେ, ଉଭୟ ମିଶି ରଶ୍ମୀଙ୍କୁ ଜୋରଜବରଦସ୍ତ ରାସ୍ତାରେ ଅଟକାଇବା ସହିତ ଏକ ଖଣ୍ଡା ଦେଖାଇ ତାଙ୍କୁ ଭୟଭୀତ କରି ପାଖରେ ରଖିଥିବା ଟଙ୍କା ଦେବାକୁ କହିଥିଲେ । ସେ ଦେବାକୁ ବାରଣ କରିବାରୁ ଉଭୟ ନାବାଳକ କାଠ ଫାଳିଆରେ ରଶ୍ମୀଙ୍କୁ ମାଡ଼ ମାରି ସେ ପିନ୍ଧିଥିବା ଏକ ସୁନା ମୁଦି ସହିତ ତାଙ୍କ ମୋବାଇଲରୁ ଫୋନ-ପେ ଏବଂ ଗୁଗୁଲ-ପେ ଜରିଆରେ ମୋଟ ୨୭,୧୦୦ ଟଙ୍କା ଟ୍ରାନ୍ସଫର କରିନେଇଥିଲେ । ପରେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରି ଆଜି ଉଭୟ ନାବାଳକଙ୍କୁ କାବୁ କରି କରିଥିଲେ । ଯାଞ୍ଚ ସମୟରେ ଉଭୟଙ୍କ ନିକଟରୁ ମୋଟ ୧୯,୧୦୦ ଟଙ୍କା ଏବଂ ଏକ ସୁନା ମୁଦି ମିଳିଥିଲା । ପଚରାଉଚରା ବେଳେ ଉଭୟ ନାବାଳକ ଏହି ଅପରାଧରେ ସାମିଲ ଥିବା ଏବଂ ଲୁଟ କରିଥିବା ଟଙ୍କାରୁ ସେମାନେ ବାକି ଟଙ୍କାକୁ ଖର୍ଚ୍ଚ କରିଦେଇଥିବା କହିିଥିଲେ । ତେଣୁ ସେମାନଙ୍କୁ ବାଳସୁଧାରଗାରକୁ ପଠେଇଛି ପୁଲିସ ।
[ad_2]