IBN ଓଡ଼ିଶା ବ୍ୟୁରୋ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତିଦିନ ତୁଳସୀ ଗଛ ସାମ୍ନାରେ ଏହି ୩ ଟି ନାମ କହିବା ଦ୍ୱାରା ଦରିଦ୍ରତାର ନାଶ ହୋଇଥାଏ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତିଦିନ ତୁଳସୀ ଗଛ ସାମ୍ନାରେ ଏହି ୩ ଟି ନାମ କହିବା ଦ୍ୱାରା ଦରିଦ୍ରତାର ନାଶ ହୋଇଥାଏ।

ମା ତୁଳସୀ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି। ଯେଉଁଠାରେ ମା ତୁଳସୀ ଥାଆନ୍ତି ସେଠାରେ ଭଗବାନ ଶ୍ରୀକୃଷ୍ଣ ଥାନ୍ତି। ଏଥିପାଇଁ ତୁଳସୀ ଗଛ ପାଖରେ କିଛି ନିୟମ କରାଯାଏ। ତୁଳସୀ ସାମ୍ନାରେ ସକାଳେ କିମ୍ବା ସନ୍ଧ୍ୟାରେ ଏକ ଛୋଟ ମନ୍ତ୍ର କହିଦିଅନ୍ତୁ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ। କୁହାଯାଏ ତୁଳସୀ ଆପଣଙ୍କ ଉପରେ ଆସୁଥିବା ବିପଦକୁ ନିଜ ଉପରକୁ ନେଇ ଯାଇଥାନ୍ତି। ତୁଳସୀ ଗଛ ପ୍ରତ୍ୟକଙ୍କ ଘରେ ଥାଏ କିନ୍ତୁ ଏହା ସହିତ ଜଡ଼ିତ କିଛି ଏମିତି ନିୟମ ଅଛି ଯାହାର ପାଳନ କରିବା ଉଚିତ।

ତୁଳସୀ ଗଛ ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ ଭୁଲରେ ବି ଦକ୍ଷିଣ ଦିଗରେ ତୁଳସୀ ଲଗାନ୍ତୁ ନାହିଁ ନଚେତ ଘରକୁ ସମସ୍ୟା ଆସିଥାଏ। ଯଦି ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବାରେ କୌଣସି ସମସ୍ୟା ଅଛି ତ ପୂର୍ବ ଦିଗରେ ଲଗାନ୍ତୁ। ତୁଳସୀ ସହିତ ଶାଳିଗ୍ରାମ ନିଶ୍ଚୟ ରଖନ୍ତୁ।

ପ୍ରତିଦିନ ସକାଳେ ଉଠିବା ପରେ ତୁଳସୀରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ।

ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁ ବାଳଗୋପାଳଙ୍କର ପୂଜା କରାଯାଏ ଭଗବାନ ହନୁମାନଙ୍କର ପୂଜା କରାଯାଏ ତ ୨ ଟି ତୁଳସୀ ପତ୍ର ନିଶ୍ଚୟ ଭୋଗରେ ବ୍ୟବହାର କରନ୍ତୁ କାରଣ ତୁଳସୀ ବିନା ଭଗବାନ କେବେବି ଭୋଗ ଗ୍ରହଣ କରନ୍ତି ନାହିଁ ଏବଂ ଭଗବାନ ହନୁମାନ ତୃପ୍ତି ହୁଅନ୍ତି ନାହିଁ ଯେତେ ପର୍ଯ୍ୟନ୍ତ ତୁଳସୀ ପତ୍ର ଭୋଗରେ ନରଖାଯାଏ।

ଏମିତିରେ ତ ତୁଳସୀ ବହୁତ ଔଷଧୀୟ ଗୁଣରେ ଭରା ରହିଥାଏ। ଏହି ପତ୍ରକୁ ଛୋଟ ପିଲାଙ୍କୁ ବି ଖାଇବାକୁ ଦିଆଯାଏ।

ଭଗବାନ ଶିବ ଏବଂ ଭଗବାନ ଗଣେଶଙ୍କର ପୂଜାରେ ତୁଳସୀର ବ୍ୟବହାର ଭୁଲରେ ବି କରିବେ ନାହିଁ।

ତୁଳସୀ ଦ୍ୱାରା ଘରର ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ଆର୍ଥିକ ସ୍ଥିତି ଭଲ ହୋଇଥାଏ। ତୁଳସୀର ସୁଗଦ୍ଧରେ ଘରର ଆଖପାଖରେ ବାତାବରଣ ବହୁତ ଅଧିକ ପବିତ୍ର ହୋଇଯାଏ। ଧ୍ୟାନ ରଖିବେ କି ତୁଳସୀ ଗଛ ଯେମିତି ନସୁଖେ। ଯଦି ଶୁଖିଯାଏ ତେବେ କୌଣସି ପବିତ୍ର ନଦୀ କିମ୍ବା ପୋଖରୀରେ ପ୍ରବାହିତ କରିଦେବେ ଏବଂ ନୂଆ ତୁଳସୀ ଗଛ ଲଗେଇଦେବେ। ତୁଳସୀର ହଳଦିଆ ପତ୍ରକୁ ବି କାଢ଼ିଦେବେ। ନିୟମିତ ଭାବେ ତୁଳସୀ ଗଛର ଦେଖା ଶୁଣା କରନ୍ତୁ।

ତୁଳସୀ ପତ୍ରକୁ କେବେବି ଯାଇ ତୋଳିବେ ନାହିଁ। ତୁଳସୀ ପତ୍ରକୁ ଏକାଦଶୀ ରବିବାର ସୂର୍ଯ୍ୟ ଗ୍ରହଣ ଚନ୍ଦ୍ର ପରାଗ ଅମାବାସ୍ୟା ଦିନ ତୋଳିବା ଉଚିତ ନୁହେଁ। ଦ୍ଵାଦଶୀ ତିଥିରେ ତୁଳସୀ ତୋଳିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ କଷ୍ଟ ହୋଇଥାଏ ଏଥିପାଇଁ ଏହି ଦିନରେ ବି ତୁଳସୀ ପତ୍ରକୁ ତୋଳିବା ଉଚିତ ନୁହେଁ।

ତୁଳସୀର ଯେଉଁ ମଞ୍ଜି ହୋଇଯିବ ଛୋଟ ଛୋଟ ମଞ୍ଜିକୁ ତୋଳି ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ରଖିବେ। ମଞ୍ଜି ଯେତେ ଅଧିକ ହେବ ତୁଳସୀରେ ତୁଳସୀକୁ ସେତେ ଅଧିକ କଷ୍ଟ ହେବ ଏଥିପାଇଁ ଚେଷ୍ଟା କରନ୍ତୁ ଏହାକୁ ତୋଳି କୌଣସି ପବିତ୍ର ମାଟିରେ ପୋତିଦେବା ପାଇଁ।

କେବେବି ଅନାବଶ୍ୟକରେ ତୁଳସୀ ପତ୍ରକୁ ତଳନ୍ତୁ ନାହିଁ।

ଆସନ୍ତୁ ଜାଣିବା ତୁଳସୀ ଗଛ ସାମ୍ନାରେ କେଉଁ ମନ୍ତ୍ର ଉଚାରଣ କରିବା ଉଚିତ। ଯାହା ଦ୍ୱାରା ଜୀବନରେ ଖୁସି ଆସିଥାଏ। ଜୀବନରେ ସମସ୍ତ କ୍ଷେତ୍ରରେ ସଫଳତା ପାଇବା ପାଇଁ ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଏହି ମନ୍ତ୍ରର ଜପ କରିବାକୁ ହେବ। ‘ ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନି ଆଧିବ୍ୟାଧି ହରା ନିତ୍ୟମ ତୁଳସୀତ୍ୟମ ନମଃସ୍ତୁତେ’। ଏହି ମନ୍ତ୍ର ଜପ କରିଲେ ସୁଖ ଶାନ୍ତି ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button