ନୃଶଂସ ସ୍ବାମୀର ବର୍ବର କାଣ୍ଡ, ସ୍ତ୍ରୀକୁ ହତ୍ୟା ପରେ କରିଦେଲା ୨୨୪ ଖଣ୍ଡ – Ibnodisha
[ad_1]
ଲଣ୍ଡନ: ନୃଶଂସ, ବର୍ବର, ଅମାନୁଷିକ । ବ୍ରିଟେନରୁ ସାମ୍ନାକୁ ଆସିଛି ଛାତିକୁ ଥରାଇ ଦେବା ପରି ଘଟଣା । ନୃଶଂସ ସ୍ବାମୀ ଘଟାଇଲା ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀ ହତ୍ୟା ପରେ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ଦେଲା ଅଭିଯୁକ୍ତ । ୨୨୪ ଖଣ୍ଡ କରି ଫ୍ରିଜରେ ରଖିଥିଲା । ବ୍ୟାଗରେ ମାଂସ ଖଣ୍ଡକୁ ନେଇ ନଦୀରେ ଭିଙ୍ଗୁଥିଲା । ବ୍ରିଟେନରେ ଘଟିଥିବା ଏହି ହତ୍ୟାକାଣ୍ଡ ପୁରା ବିଶ୍ବକୁ ଚକିତ କରି ଦେଇଛି । ଗତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ଏହି ଘଟଣା ଘଟିଥିଲା । ହତ୍ୟାକାଣ୍ଡର ଏକ ବର୍ଷ ପରେ ଗତକାଲି ସ୍ତ୍ରୀକୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ସ୍ବାମୀ । ଅଭିଯୁକ୍ତ ଜଣଙ୍କ ହେଉଛି ୨୮ ବର୍ଷୀୟ ନିକୋଲସ ମେଟସନ ।
ତାଙ୍କ ମୃତ ସ୍ତ୍ରୀ ହେଉଛନ୍ତି ୨୬ ବର୍ଷୀୟା ହାଲି ବ୍ରାମଲି । ପତ୍ନୀଙ୍କୁ ହତ୍ୟା କରିଥିବାରୁ ମେଟସନ ବର୍ତ୍ତମାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି। ସ୍ତ୍ରୀକୁ ହତ୍ୟା କରିବା ପରେ ମୃତ ଶରୀରରୁ ମେଟସନ ଛୁରୀ ମାଧ୍ୟମରେ ବାଥରୁମରେ ଖଣ୍ଡ ଖଣ୍ଡ କରିଥିଲା । ଏହାପରେ ସେଗୁଡିକୁ ଏକ ପ୍ଲାଷ୍ଟିକ ବ୍ୟାଟରେ ରୋଷେଇ ଘରେ ଥିବା ଫ୍ରିଜରେ ରଖିଥିଲା । ୭ ଦିନ ମଧ୍ୟରେ ଶରୀରର ଖଣ୍ଡ ଗୁଡିକୁ ଅଭିଯୁକ୍ତ ତାର ସାଙ୍ଗ ସାହାଯ୍ୟରେ ନଦୀରେ ଫୋପାଡିଥିଲା । ଏଥି ପାଇଁ ସେ ତାର ସାଙ୍ଗରୁ ୫ ହଜାର ଟଙ୍କା ଦେଇଥିଲା । ଓ୍ବିଥାମ ନଦୀରେ ଅଭିଯୁକ୍ତ ପ୍ଲାଷ୍ଟିକ ବ୍ୟାଗ ଗୁଡିକ ଫୋପାଡି ଦେଇଥିବାକୁ ସେ ଗୁଡିକୁ ଭାସ ମାନ ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ଲୋକେ । ଗୋଟିଏ ବ୍ୟାଗରେ ହାତ ଅନ୍ୟଟିରେ ମୁଣ୍ଡ ରହିଥିଲା । ମୃତ ଶରୀରର ୨୨୪ ଖଣ୍ଡ ଜବତ ହୋଇଛି । ମୃତଦେହକୁ ଏପରି କଟାଯାଇଥିଲା ଯେ ମୃତ୍ୟୁର କାରଣ ଖୋଜିବା ଅସମ୍ଭବ ବୋଲି କୋର୍ଟ କହିଛନ୍ତି।
[ad_2]