ଅପରାଧ

ଓଏଲ୍‌ଏକ୍ସରେ ଠକେଇ ଅଭିଯୋଗରେ ୨ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ଓଏଲଏକ୍ସରେ ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ । ଗିରଫ ଦ୍ୱୟେ ହେଲେ ମନୋଜ ବେହେରା(୨୪) ଏବଂ ସତ୍ୟପ୍ରକାଶ ଦଳାଇ(୨୨) ଉଭୟଙ୍କ ଘର ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ବୋଲି ଜଣା ପଡିଛି । ସୂଚନା ମୁତାବକ, ଓଏଲଏକ୍ସରେ ଘର ଭଡା ଦେବା ନେଇ ଦେଇଥିଲେ ବିଜ୍ଞାପନ । ସେହି ବିଜ୍ଞାପନ ଦେଖି ପୁରୀର ସୁନୀଲ କୁମାର ମହନ୍ତି ନାମକ ଜଣେ ବ୍ୟକ୍ତି ଦିଆ ଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ । ସେହି ନମ୍ବରରେ ଫୋନ କରିବାରୁ ତନ୍ମୟ ନାମ କହି ଜଣେ ଯୁବକ କଥା ହେଇଥିଲେ ଏବଂ ତାସହ କନଫରେନ୍ସ କାଲ ମଧ୍ୟମରେ ତନ୍ମୟ, ଘର ମାଲିକ କହି ଜଣଙ୍କୁ ଆଣିଥିଲେ ଏବଂ ତାଙ୍କ ପରିଚୟ ଚନ୍ଦନ କୁମାର ବେହେରା ବୋଲି ଦେଇଥିଲେ । ଚନ୍ଦନ ସୁନୀଲକୁ କହିଥିଲେ ଘରଟି ତାଙ୍କର ମହର୍ଷି କଲେଜ ପାଖରେ ରହିଛି ଏବଂ ତାର ଭଡା ଆମେ ୮୦୦୦ ଟଙ୍କା ରଖିଛୁ । ଯଦି ଆପଣ ଏହି ଘରକୁ ଭଡାରେ ନବାକୁ ଚାହୁଁଛ ତାହେଲେ ଅଗ୍ରୀମ ଟଙ୍କା ପଠାଓ ନଚେତ ଅନେକ ଲୋକ ଅଛନ୍ତି ଏହି ଘର ନେବାକୁ ।

ତାଣୁ ଅଭିଯୋଗକାରୀ ସୁନୀଲ ଟଙ୍କା ପଠେଇବା ପାଇଁ ରାଜି ହୋଇଯାଇଥିଲେ । ଯାହାଫଳରେ ଟଙ୍କା ପଠେଇବା ପାଇଁ ଉଭୟ ଅଭିଯୁକ୍ତ ଏକ ଫୋନପେ ନମ୍ବର ଦେଇଥିଲେ । ସେହି ନମ୍ବରରେ ଅଭିଯୋଗକାରୀ ସୁନୀଲ ୨୦୦୦ ଟଙ୍କା ପଠେଇ ଥିଲେ । ଟଙ୍କା ପାଇବା ପରେ ଠକମାନେ ପୁରାଟଙ୍କା ପଠେଇବାକୁ କହିଥିଲେ । ଫଳରେ ସୁନୀଲ ତାଙ୍କ ବାପାଙ୍କ ନମ୍ବରରୁ ଆଉ ୫୦୦୦ ଟଙ୍କା ପଠେଇଲା ପରେ ଗତ ୪ ତାରିଖ ଅପହ୍ଣରେ ଆସି ଘର ଦେଖି ଯିବାକୁ କହିଲେ । କହିବା ମୁତାବତ ସୁନୀଲ ବାଣିବାହାର ଛକ ପାଖକୁ ଆସି ତନ୍ମୟକୁ ଫୋନ କରିବାରୁ ଫୋନ ବନ୍ଦ ଥିବା ଜାଣିବା ପରେ ଯେଉଁ ନମ୍ବରରେ ଟଙ୍କା ପଠେଇ ଥିଲେ ସେହି ନମ୍ବରରେ ବି କଲ କଲେ । ସେହି ନମ୍ବର ବି ବନ୍ଦ ଥିବା ଜଣିବା ପରେ ତାଙ୍କ ସହ ଧୋକା ହୋଇଛି ଜଣିପାରି ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରିବା ସହ ଆଜି ଉଭୟ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ସେମାନଙ୍କୁ ଧରିବା ପରେ ଜଣାପଡିଥିଲେ ଯେ ସେମାନେ ପୂର୍ବରୁ ଏହିଭଳି ଘଟଣା ଅନେକ ଲୋକଙ୍କ ସହ ଘଟେଇ ସାରିଛନ୍ତି । ସେମାନଙ୍କ ପ୍ରକୃତ ନାମ ମନୋଜ ବେହେରା ଏବଂ ସତ୍ୟପ୍ରକାଶ ଦଳାଇ । ଉଭୟ ନିଜର ଦୋଷ ସ୍ୱୀକାର କରବା ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button