IBN ଓଡ଼ିଶା ବ୍ୟୁରୋ

ରାତିରେ କମ୍ ଶୋଉଛନ୍ତି କି? ମହିଳା ମାନେ ସାବଧାନ! ନଚେତ୍ ହେବ ଏହି ସାଂଘାତିକ ରୋଗ

ରାତି ସାରା ମୋବାଇଲ ଦେଖିବା ଯାହା ଫଳରେ ଶୋଇବା ସମୟ ବଦଳି ଯାଉଛି । ପ୍ରତିଦିନ ଏଭଳି କରିବା ଦ୍ବାରା ନିଦ ମଧ୍ୟ ଠିକ୍ ଭାବେ ହେଉନାହିଁ । ତେବେ କମ୍ ଶୋଇବା ଦ୍ବାରା ଅନେକ ପ୍ରକାରର ରୋଗକୁ ଡାକି ଆଣୁଛି ମଣିଷ ସମାଜ । ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ, କମ୍ ଶୋଇବା ଦ୍ବାରା ହାର୍ଟ ଆଟାକ୍ ହୋଇପାରେ ।

ଆମେରିକାନ୍ ହାର୍ଟ ଆସୋସିଏସନ୍ ଏବଂ ଆମେରିକାନ୍ କଲେଜ୍ ଅଫ୍ କାର୍ଡିଓଲୋଜିର ଗବେଷଣା ଏବେ ଚିନ୍ତା ବଢ଼ାଇଛି । ସାରା ବିଶ୍ବରେ ଅନେକ ଲୋକ କମ୍ ସମୟ ଶୋଉଛନ୍ତି । ଯାହାଫଳରେ ସେମାନେ ହାର୍ଟ ଆଟାକର ଶିକାର ହେଉଛନ୍ତି ।

ଯୁବପିଢିଙ୍କ କ୍ଷେତ୍ରରେ ହାର୍ଟ ଆଟାକ୍ ସମସ୍ୟା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ରାତିରେ କମ୍ ଶୋଇବା ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ମୁନିଚ୍ ବିଶ୍ବବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ, ହୃଦଘାତ କିମ୍ବା ହୁଦରୋଗର ଶିକାର ହେଉଥିବା ୩ ଭାଗରୁ ୧ ଭାଗ ଲୋକ ନିଦ୍ରାହିନତାର ଶିକାର ହେଉଛନ୍ତି । ଫଳରେ ସେମାନଙ୍କୁ ଇନସୋମାନିଆ, ସ୍ଲିପ୍ ଆପନିଆ, ରେଷ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ୍ ଭଳି ଗୁରୁତର ରୋଗରେ ପୀଡିତ ହୁଅନ୍ତି ।

ଅଧିକାଂଶ ଯୁବପିଢି ଯେଉଁ ଭଳି ଭାବରେ ହାର୍ଟ ଆଟାକର ଶିକାର ହେଉଛନ୍ତି, ଏହାର ଏକ ପ୍ରମୁଖ କାରଣ ହେଉଛି ରାତି ଅନିଦ୍ରା । ଅନେକ ସମୟରେ ଯୁବପିଢି ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ନେଟଫ୍ଲିକ୍ସ, ଓ୍ବେବ ସିରିଜରେ ନିଜକୁ ହଜାଇ ଦେଉଛନ୍ତି । ଯାହାଫଳରେ ଏମାନେ ଅନେକ ରୋଗର ଶିକାର ହେଉଛନ୍ତି ।

ଏଭଳିକି ହାର୍ଟ ଆଟାକ ମଧ୍ୟ ସେମାନଙ୍କୁ ପ୍ରଭାବିତ କରୁଛି । ଏଥି ସହ ଉଚ୍ଚ ରକ୍ତଚାପ ମଧ୍ୟ ବଢୁଛି । ରାତିରେ ୮ ରୁ ୯ ଘଣ୍ଟା ନ ଶୋଇବା ଫଳରେ ୩୫ ପ୍ରତିଶତ ରୋଗ ମାଡ଼ି ଆସୁଛି । ୭ ଘଣ୍ଟାରୁ କମ ସମୟ ଶୋଇଲେ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତା ଜାହିର୍ କରିଛନ୍ତି ବିଶେଷଜ୍ଞ । ଏଣୁ ରାତିରେ ଅଧିକରୁ ଅଧିକ ସମୟ ଶୋଇବା ନିହାତି ଜରୁରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button