IBN ଓଡ଼ିଶା ବ୍ୟୁରୋ

ଯଦି ଆପଣ ସ୍ୱପ୍ନରେ ଶାରୀରିକ ସମ୍ବନ୍ଧ ସ୍ଥାପନ କରୁଥିବାର ଦେଖନ୍ତି ତେବେ ତାହାର ଅର୍ଥ ନିଶ୍ଚିତ ଜାଣନ୍ତୁ

ସ୍ୱପ୍ନ ଦୁନିଆ ବେଶ ଅଦ୍ଭୁତ ହୋଇଥାଏ । ଶୋଇବା ପରେ ମନୁଷ୍ୟ ଆଦୌ ହୋସରେ ନଥାଏ ଏବଂ ନିଦରେ କେଉଁ ଦୁନିଆକୁ ଚାଲିଯାଏ ତାହା କହିବା ସମ୍ଭବପର ନୁହେଁ । ସେଇ ସ୍ବପ୍ନର ଦୁନିଆ ବେଳେବେଳେ ଖୁବ ସୁନ୍ଦର ମଧ୍ୟ ହୋଇଥାଏ । ଆଉ କେବେ କେବେ ତାହା ଖୁବ ଭୟଙ୍କର ମଧ୍ୟ ହୋଇଥାଏ । ଆମେ ଅନେକ ସମୟରେ ଭାବିଥାଉ ଯେ ଏପରି ସ୍ୱପ୍ନ ଯାହାର ବାସ୍ତବତା ନାହିଁ ତାହାକୁ କାହିଁକି ଦେଖିଥାଉ । ବାସ୍ତବରେ ତାହା ବୁଝିବା ବେଶ କଷ୍ଟକର ଅଟେ । ପୁଣି ଅନେକ ସମୟରେ ଆମେ ସ୍ୱପ୍ନରେ ଏପରି ଖରାପ ଦୃଶ୍ୟ ଦେଖିଥାଉ ଯାହାକୁ ବର୍ଣ୍ଣନା କରିବା କଷ୍ଟକର ହୋଇଥାଏ । ତେବେ ସ୍ୱପ୍ନରେ ଯଦି ଆପଣ କୌଣସି ମହିଳା ସହିତ ଶାରୀରିକ ସମ୍ବନ୍ଧ ସ୍ଥାପନ କରୁଥିବାର ଦେଖନ୍ତି ତେବେ ତାହାକୁ ଅନ୍ୟ ସାମ୍ନାରେ କହିବାକୁ ଆପଣ ଲଜ୍ଜା ଅନୁଭବ କରନ୍ତି । ଆଉ ଯଦିବି ଆପଣ କହିବେ ସାମ୍ନା ଲୋକ ଲଜ୍ଜିତ ହୋଇଯାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସ୍ୱପ୍ନରେ ସଂଭୋଗ କରିବାର ଅର୍ଥ କଣ ହୋଇଥାଏ ।

୧ . ସ୍ୱପ୍ନରେ ସଂଭୋଗ କରିବାର ଅର୍ଥ ଏହା ଯେ ବ୍ୟକ୍ତି ନିଜର ଚରମସୀମାରେ ଅଛି । ଅର୍ଥାତ ଆପଣ ଯୌବନ ପ୍ରାପ୍ତ କରି ସାରିଛନ୍ତି ଏବଂ ଆପଣ ବିବାହ ଯୋଗ୍ୟ ହୋଇ ସାରିଛନ୍ତି । ଏଥିପାଇଁ ସ୍ୱପ୍ନରେ ଆପଣଙ୍କ ମନ ସ୍ତ୍ରୀଙ୍କ ଦିଗରେ ଆକର୍ଷିତ ହୋଇଥାଏ । ସ୍ୱପ୍ନରେ ଆପଣଙ୍କୁ ଝିଅ କିମ୍ବା ପୁଅ ହିଁ ନଜର ଆସନ୍ତି । ତେଣୁ ଏହା ଆପଣଙ୍କ କାମନା ବାସନା ଏବଂ ଇଚ୍ଛାକୁ ଦର୍ଶାଇଥାଏ ।

୨ . ଯଦି ସ୍ୱାମୀ ସ୍ତ୍ରୀ ସ୍ୱପ୍ନରେ ପରବ୍ୟକ୍ତି ତଥା ଲୋଭର ସହିତ ନିଜକୁ ଶାରୀରିକ ସମ୍ବନ୍ଧ ସ୍ଥାପନ କରୁଥିବାର ଦେଖନ୍ତି ତେବେ ଏହାର ଦୁଇଟି ଅର୍ଥ ରହିଛି ଯେ ହୁଏତ ଆପଣଙ୍କ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲ ଅଛି କିମ୍ବା ଆପଣଙ୍କୁ ନିଜ ପାର୍ଟନର ଠାରୁ ସେହିସବୁ ଜିନିଷ ମିଳିପାରୁ ନାହିଁ ଯାହା ଆପଣ ଚାହାଁନ୍ତି । ସ୍ୱପ୍ନରେ ଯଦି କେହି ବିବାହିତା ମହିଳା କିମ୍ବା ବିବାହିତ ପୁରୁଷ କୌଣସି ପର ବ୍ୟକ୍ତି ସହିତ ନିଜକୁ ସେକ୍ସ କରୁଥିବାର ଦେଖନ୍ତି ତେବେ ବ୍ୟକ୍ତିର ମନରେ କାମନା ବାସନା ଏବଂ ଇଚ୍ଛା ପୁରା ହେଉ ନଥିବା ପ୍ରତି ଇଙ୍ଗିତ କରିଥାଏ । ଏଥିରୁ ସେ ନିଜ ପାର୍ଟନରଙ୍କ ପ୍ରତି ଖୁସି ନୁହଁନ୍ତି ବୋଲି ଜଣା ପଡ଼ିଥାଏ ।

୩ . ଯଦି କେହି କୁଆଁରୀ ଝିଅ ସ୍ୱପ୍ନରେ ପର ପୁରୁଷ ସହିତ ଅର୍ଥାତ ବୟଫ୍ରେଣ୍ଡ ସହିତ ଶାରୀରିକ ସମ୍ବନ୍ଧ ରଖୁଥିବାର ଦେଖେ ତେବେ ତାହାର ତିନୋଟି କାରଣ ହୋଇପାରେ । ପ୍ରଥମତଃ ସେ ନିଜ ବୟଫ୍ରେଣ୍ଡ ସହିତ ଖୁସି ନାହିଁ କିମ୍ବା ଦ୍ୱିତୀୟରେ ସେ ଯୌବନରେ ପଦାର୍ପଣ କରିଛି । ତୃତୀୟରେ ଏହା ମଧ୍ୟ ହୋଇପାରେ ଯେ ତାର କାମନା ବାସନା ବଢ଼ି ଯାଇଛି । ଏହିସବୁ କାରଣରୁ ସ୍ୱପ୍ନରେ ଏପରି ଦୃଶ୍ୟ ଦେଖା ଦେଇଥାଏ ।

୪ . ସ୍ୱପ୍ନରେ ସଂଭୋଗ କରିବାର ଅର୍ଥ ଏହା ମଧ୍ୟ ଯେ ଆପଣ ଭିତରୁ ଖୁବ ଭୟଭୀତ ଅଟନ୍ତି । ଯେଉଁ କାରଣରୁ ଆପଣ ନିଜ ପ୍ରେମକୁ ଜଣାଇ ପାରୁ ନାହାଁନ୍ତି ଏବଂ ଭିତରେ ଭିତରେ ହିଁ ବିଚଳିତ ହେଉଛନ୍ତି । ଏହି କାରଣରୁ ସ୍ୱପ୍ନରେ ଏପରି ଖରାପ ଦୃଶ୍ୟ ଦେଖା ଯାଇଥାଏ ଯାହା ଆପଣଙ୍କ ମନରେ ଥିବା ସଂଭୋଗର ଲାଳସାକୁ ଦର୍ଶାଇ ଥାଏ । କିଛି ବିଶେଷଜ୍ଞଙ୍କ ଅନୁସାରେ ଯଦି ଆପଣ ଏପରି ସ୍ୱପ୍ନ ଦେଖନ୍ତି ତେବେ ଏହାର ଅର୍ଥ ଏହା ଯେ ବାସ୍ତବ ଜୀବନରେ ଆପଣ ଏପରି ଲାଭ ଉଠାଇବାକୁ ଅସମର୍ଥ ଅଟନ୍ତି କିମ୍ବା ଆପଣ ନିଜର ମନର କଥାକୁ କାହା ଆଗରେ ପ୍ରକାଶ କରିବାକୁ ଅସମର୍ଥ ଅଟନ୍ତି । ବିଶେଷଜ୍ଞ ମାନେ କହନ୍ତି ଯେ ଏପରି ସ୍ୱପ୍ନ ଦେଖିଲେ ଆପଣଙ୍କୁ ନିଜ ପାର୍ଟନରଙ୍କ ସହିତ କଥା ହୋଇ ଏହାର କାରଣ ଜାଣିବାକୁ ଚେଷ୍ଟା କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button