ଗିରଫ ହେଲେ କେ କବିତା – Ibnodisha

[ad_1]
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ବିଆରଏସ ନେତ୍ରୀ କେ କବିତାଙ୍କୁ ଗିରଫ କରିଛି। ସଂପ୍ରତି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ବିଚାର ବିଭାଗୀୟ ହେପାଜତରେ ଥିବା କେ କବିତାଙ୍କୁ ପଚରାଉଚରା କରିସାରିଛି ବୋଲି ବୁଧବାର ଦିନ ସିବିଆଇ ଦିଲ୍ଲୀର ଏକ ଅଦାଲତକୁ କହିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବିଆରଏସ ନେତ୍ରୀ କେ କବିତାଙ୍କ ସଂପୃକ୍ତି ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନ ଉପରେ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିଥିଲା। ପରେ ଇଡି କର୍ତ୍ତୃପକ୍ଷ ବିଆରଏସ ନେତ୍ରୀ କେ କବିତାଙ୍କୁ ନିଜ ରିମାଣ୍ଡକୁ ଆଣି ପଚରାଉଚୁରା କଲାପରେ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆ ଯାଇଥିଲା। ନ୍ୟାୟିକ ହେପାଜତରେ ଥିବା ବେଳେ ତାଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ କରିଥିବା ଆବେଦନ ବିରୋଧରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କେ କବିତାଙ୍କ ଆବେଦନର ଶୁଣାଣି କରୁଥିବା ବେଳେ ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି।
[ad_2]