ରାଜ୍ୟ

ଏହି ଆସନରେ କୌଣସି ଦଳ ଦେଇନାହାନ୍ତି ପ୍ରାର୍ଥୀ – Ibnodisha

[ad_1]

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ପରେ ହେବ ପ୍ରଥମ ପର୍ୟ୍ୟାୟ ମତଦାନ । ହେଲେ ଏବେ ଯାଏଁ ବି ଛକାପଞ୍ଝା ସ୍ଥିତିରେ ୩ ଦଳ। ଛିଣ୍ଡୁନି ୧୩ଟି ବିଧାନସଭା ଆସନ। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ କୌଣସି ବି ଏବେ ଯାଏଁ ଏହି ଆସନରେ ଦେଇନାହାନ୍ତି ପ୍ରାର୍ଥୀ । ପରସ୍ପରକୁ ଅନାଇ ରଣନୀତି ପ୍ରସ୍ତୁତ କରୁଛନ୍ତିି ତିନି ଦଳ । ତେବେ ଏହି ସବୁ ସିଟ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର ୩ ଆସନ ଥିବାବେଳେ ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ରହିଛି ୨ଟି ଲେଖାଏଁ ଆସନ। ବାକି କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା, ପୁରୀ ଏବଂ ଜଗତସିଂହପୁର ଜିଲାର ଗୋଟିଏ ଲେଖାଏଁ ଆସନ ରହିଛି। ସେହି ବିଧାନସଭା ଆସନ ଗୁଡିିକ ହେଲା କେନ୍ଦୁଝର ଜିଲ୍ଲାର ଚମ୍ପୁଆ , ମୟୂରଭଞ୍ଜ ଜିଲ୍ଲାର ସରସକଣା, ବାଙ୍ଗିରିପୋଷି, କରଞ୍ଜିଆ , ବାଲେଶ୍ୱର ଜିଲ୍ଲାର ଭୋଗରାଇ, ନୀଳଗିରି, ଯାଜପୁର ଜିଲ୍ଲାର ବରୀ, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଲାର ବେଗୁନିିଆ ଏବଂ ଖୋର୍ଦ୍ଧା , ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଏବଂ ପୁରୀ ଜିଲ୍ଲାର କାକଟପୁର ବିଧାନସଭା ଆସନ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button