ରାଜନୀତି

ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଛି କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ପ୍ରାର୍ଥୀ ଘୋଷଣାରେ ପଛରେ ପଡ଼ିଛି କଂଗ୍ରେସ । ମାତ୍ର ୪୭ ବିଧାନସଭା ଓ ୮ଟି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିଛି ଦଳ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଖରିଆର, ବ୍ରହ୍ମପୁର କ୍ଷେତ୍ରର ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ଓ ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ଦଳ । ତେବେ ୧୫ ତାରିଖ ସୁଦ୍ଧ। ପ୍ରାୟ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରାର୍ଥୀ ତାଲିକା ପାଇଁ ପିସିସି ସଭାପତି ଦିଲ୍ଲୀ ଗସ୍ତ କରିଥିବା ବେଳେ ରବିବାର ସିଇସି ବୈଠକରେ ଏନେଇ ନିଷ୍ପତି ନିଆଯିବ । ବାକି ଥିବା ୯୮ ବିଧାନସଭା ଓ ୧୩ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମ ଉପରେ ବୈଠକରେ ମୋହର ବାଜିବା ନେଇ ଚର୍ଚ୍ଚା ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button