ଆପଣ ଖାଉଛନ୍ତି କି ଅଦା – ଜାଣନ୍ତୁ କିଛି ଅଦ୍ଭୁତ ଚମତ୍କାରିତା ବିଷୟରେ

ଅଦାକୁ ମୂଷା ମାଟିରେ ୮ଦିନ ପୋତିରଖିଲା ପରେ ବାହାରକରି ଆଦର ରସକୁ ମାଲିସ କଲେ ବହୁତ ଦିନରୁ ରହିଯାଇଥିବ। ଜଖମ ଦରଜ ଏବଂ ସ୍ତ୍ରୀ ମାନଙ୍କର ପ୍ରସବ କାଳୀନ ସୁଳ,ଜଙ୍ଘ,ଗୋଡ,ଅଂଟା ପ୍ରଭୁତିରେ ଅଟକିଯାଇଥିଲେ ଭଲ ହୋଇଥାଏ ।
ଅଦା ରସୁଣ ଦୁଇ ଦ୍ରବ୍ୟକୁ ଏକତ୍ର ଛେଚି ଚୁପୁଡି ସେଥିରୁ ରସ ବାହାରକରି ନାକରେ ପକାଇଲେ ଅପସ୍ମର ରୋଗବି ଭଲ ହୁଏ | ଅଦା ରସ ରେ କୁଳି କରିଲେ କିମ୍ବା ଦାନ୍ତ ମଳିଲେ ଜିଭରେ ଘର୍ଷଣ କଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ | ଭୋଜନ ପୂର୍ବରୁ ଅଦା ଲୁଣ ଏକତ୍ର କରି ଖାଇଲେ ଖାଦ୍ୟଦ୍ରବ୍ୟ ଜିନ ହୁଏ ଏବଂ ଆରୋଗ୍ୟ ହୋଇଥାନ୍ତି |
ଅଦରସ ସହିତ ମହୁ ମିଶାଇ ସେବନ କଲେ ପିଲାମାନଙ୍କର କାଶ,ଥଣ୍ଡା,କଫ,ସରଦିଜର,ମୁଣ୍ଡବିନ୍ଧା ଓ ଅରୁଚି ଆଦି ଦୂର ହୋଇଥାଏ | ଦାନ୍ତମୂଳରେ ଅଦା ବାଟି ଲଗାଇଲେ ଦାନ୍ତ ପୋକକଟିବା ଭଲ ହୋଇଯାଏ | ଅଦାରସରେ ପୁରୁଣା ଗୁଡ ମିଶାଇ ସେବନ କଲେ ଅନାହା ଏବଂ ସୁଳ ଆଦି ରୋଗ ଭଲ ହୋଇଯାଏ |
ଅଦାରସରେ ଭଲ ଡାଲଚିନି ମିଶାଇ ମୁଣ୍ଡରେ ଲଗାଇଲେ ମୁଣ୍ଡବ୍ୟଥା ଦୂର ହୋଇଥାଏ | ଅଦାକୁ କାଟି ଚିନିରେ ପାଗ କରି ଖାଇଲେ ଅଗ୍ନିମାଦ୍ୟ ଅରୁଚି ଦୂରହୋଇ ଖାଦ୍ୟଦ୍ରବ୍ୟରେ ସ୍ପୃହା ଜନ୍ମେ | ଏଥିରେ ତୁଣ୍ଡ ଦୁର୍ଗନ୍ଧ ଦୂର ହୋଇଥାଏ ଅଗ୍ନି ବୃଦ୍ଧି ହୋଇଥାଏ ଏବଂ ଖାଦ୍ୟଦ୍ରବ୍ୟ ସହଜରେ ପରିପାକ ହୋଇଥାଏ|
ଅଦରସ ସାଙ୍ଗରେ ମହୁ ମିଶାଇ ସେବନ କରାଇଲେ ପିଲାମାନଙ୍କ ଦେହରେ ସରଦି,କଫ,ଜ୍ଵର,କାଶ,ମୁଣ୍ଡବ୍ୟଥା ଆଦି ନିବଦିତ ହୋଇଥାଏ | ଲୁଣ ସାଙ୍ଗରେ ଅଦାକୁ ଚୋବାଇକରି ଖାଇଲେ ବାଇସୁଳ ଆଦି ପେଟରେ ବିନାଶ ପାଏ ଏବଂ ବିଷ୍ଟ ସଫା ହୋଇଥାଏ |
ଅଦାରସରେ କେବଳ ବିପଳି ଚୁନ ମିଶାଇ ୧ ମାସ ପର୍ଯ୍ୟନ୍ତ ସେବନ କରିଲେ କୃମି,ବାଇସୁଳ,ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ ଏବଂ ଅର୍ଶ ବୃଦ୍ଧି ରୋଗର ନିବାରିତ ହୋଇଥାଏ | ଅଦା ସେତଦୁବ ଏବଂ ଅରୁଆ ଚାଉଳ ଏହି ତିନି ଦ୍ରବ୍ୟକୁ ଏକତ୍ର ବାଟି ଲେପ ଦେଲେ ଜଖମ ହୋଇଥିବା ପବନ ଅଟକିଥିବା ଏବଂ ରକା ଓଆସିଥିବା ସ୍ଥାନ ଭଲ ହୋଇଥାଏ | ପେଟଉପରେ ଲେପିଲେ ଅଜୀର୍ଣ୍ଣ,ଅତିସାର,ପିହା ମଧ୍ଯ ନିବାରିତ ହୋଇଥାଏ |
ଅଦା,ତେନ୍ତୁଳି,ଲୁଣ ଓ ଜିରା ଏକତ୍ର ଚଟଣି ବାଟି ସେବନ କଲେ ଅରୁଚି ଖାଦ୍ୟରେ ରୁଚି ଜମେ ଏବଂ କ୍ଷୁଦା ଜନ୍ମେ ମନେ ଭୋକ ଦେଖାଇଥାଏ | ଅଦରସ ସହିତ ସାମାନ୍ୟ ଜବଖ୍ୟାର ମିଶାଇ ସେବନ କଲେ ପ୍ଲିହା,ଯକୃତବୃଦ୍ଧି,ମୂତ୍ରରୋଧ,ପେଟଫମ୍ପା,ବାୟୁସୁଳ ଓ ଅମ୍ବିଳ ହକୁଟି ପ୍ରଭୃତି ନିବାରିତ ହୋଇଥାଏ | ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ।