IBN ଓଡ଼ିଶା ବ୍ୟୁରୋ

ଭେଷଜ ନିରୀକ୍ଷକ ଅଫିସରେ ବିକଳ ଚିତ୍ର, ସହରରେ ନକଲି, ବେନାମୀ ମେଡିସିନ ହାଉଜାଉ

ରାଉରକେଲା : ମଣିଷର ଦେହ ଖରାପ ହେଲେ ସେ ଡାକ୍ତରଙ୍କ ପାଖକୁ ଯିବ, ଡାକ୍ତର ଲେଖୁଥିବା ମେଡିସିନକୁ ରୋଗୀ ମେଡିସିନ ଦୋକାନରୁ ନେବ, ହେଲେ ସେ ନେଉଥିବା ମେଡିସିନ କେତେ ଠିକ କେତେ ଭୁଲ ତାକୁ ଜାଣିବାଲାଗି ରୋଗୀ ପାଖରେ ବାଟ ପ୍ରାୟ ନଥାଏ । ଏହି ସବୁ ସମସ୍ୟାର ସମାଧାନ ଲାଗି ସରକାର ରଖିଛନ୍ତି ଭେଷଜ ବିଭାଗ, ଏଠାରେ ଅନେକ ଅଧିକାରୀ ଏହି ବିଭାଗ ଲାଗି କାମ କରନ୍ତି ଓ ନିୟମ ଅନୁଶାରେ ମେଡିସିନ ଦୋକାନୀ । ଡାକ୍ତରଖାନା ଚାଲିଛନ୍ତି କି ନାହିଁ କମ୍ପାନୀ ଗୁଡିକ ବଜାରକୁ ପଠାଉଥିବା ମେଡିସିନ ଗୁଡିରେ ମାନ ଠିକ ଅଛି କି ନାହିଁ ଲୋକେ ନେଉଥିବା ମେଡିସିନ ଗୁଡିକର ବିଲ ଦିଆଯାଉଛି କି ନାହିଁ ତାହାର ଯାଞ୍ଚ କରିବା ଲାଗି ପ୍ରତି ସହରରେ ଭେଷଜନୀରୀକ୍ଷକ ମାନଙ୍କୁ ନିୁଯୁକ୍ତ କରାଯାଇଛି । ହେଲେ ରାଉରକେଲା ଭଳି ସହରରେ ଏହି ନିରୀକ୍ଷକଙ୍କ ଅଫିସ ସେକ୍ଟର ୬ ରେ ଥିବା ବେଳେ ଆଜି ସେ ଅଫିସରେ ସବୁ ଚେୟାର ଖାଲି ପଡିଥିବା ବେଳେ, ଜଣେ ଠିକା କର୍ମଚାରୀ ଅଫିସ କୁ ଜଗି ରହିଥିବା ଦେଖାଯାଇଥିଲା, ଭେଷଜ ନୀରିକ୍ଷକ ଫିଲ୍ଡରେ ବୋଲି ସେ ସୁଚନା ଦେଇଥିଲେ, ହେଲେ ତାଙ୍କ ମୋବାଇଲ ସୁଇଚ ଅଫ ଥିବା ଜଣାପଡିଥିଲା ।ମେଡିସିନ ଭଳି ଅତି ଗୁରୁତ୍ୱ ପୁର୍ଣ ସାମଗ୍ରୀ କୁ କିଣା ବିକା କରୁଥିବା ଓ ପରିଚାଳନା କରୁଥିବାସଂସ୍ଥା କୁ ଦେଖିବା ଲାଗିଥିବା ବିଭାଗର ରାଉରକେଲା ଅଫିସର ଯଦି ଏଭଳି ଚିତ୍ର ତାହା ହେଲେ ଲୋକେ ଭରଷା କରିବେ କାହାକୁ ବୋଲି ପ୍ରଶ୍ନ ହେବା ସ୍ୱଭାବିକ କଥା । ତେବେ ଏହି ଅଫିସ ଆଗରୁ ପୁରା ଜିଲ୍ଲା ସମ୍ଭାଳୁଥିବା ବେଳେ ଏବେ ରାଜଗାଙ୍ଗପୁର ସୁନ୍ଦରଗଡ କୁ ଅଲାଗା କରି ଅନ୍ୟ ଜଣେ ଡିଆଇ ଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ତେବେ ରାଉରକେଲା ଅଫିସରେ ମୁଖ୍ୟ କିରାଣୀ , କିରାଣୀ ପିଅନ ପଦବୀ ଠିକାରେ ଚାଲିଥିବା ବେଳେ କେବଳ ନିତମିତ ଭାବେ ଜଣେ ଡିଆଇ ରହିଛନ୍ତି । ସରକାର କର୍ମଚାରୀ ଦେଇ ପାରୁନଥିବା ବେଳେ ରାଉରକେଲାରେ ପୁଣି ଜଣେ ଏଡିସି ଅଫିସ ଖୋଲିବାକୁ ଯାଉଥିବା ଖବର ମିଳିଛି । ସରକାର ବିନା ନିୟମିତ କର୍ମଚାରୀ ରେ ଏହି ବିଭାଗର ଅଫିସ ସଂଖ୍ୟା ବଢାଇ ଚାଲିଥିବା ବେଳେ ରାଉରକେଲା ସହରରେ ବର୍ତମାନ ନକଲି , ବେନାମୀ ମେଡିସିନ ହାଉଯାଉ ହେବାରେ ଲାଗିଛି । ବିଶେଷ କରି ଜ୍ୱର ,ଥଣ୍ଡା, କାଶ,ଗ୍ୟାସ ଭଳି ରୋଗର ଉପଚାର ଲାଗି ମେଡିସିନ ଯାଗାରେ ସହରର ଦୋକାନୀ ମାନେ ବେନାମୀ , ନକଲି ମେଡିସନ ଗୁଡିକ ବିକିଚାଲିଛନ୍ତି । ଏହି ସବୁ ରୋଗ ଲାଗି ମେଡିସିନ ଡାକ୍ତର ଲେଖୁଥିବା ବେଳେ ସେହି ମେଡିସିନ ର ସବଷ୍ଟିଚ୍ୟୁଟ ମେଡିସନ ବୋଲି ଦର୍ଶାଇ ବିନା ବିଲରେ ରୋଗୀ ମାନଙ୍କୁ ଏହି ନକଲି ବେନାମୀ ମେଡିସିନ ଗିଡିକ ବିକା ଚାଲିଛି । ବର୍ତମାନ ବର୍ଷା ରୁତୁ ସହ ପାଗ ବଦଳିବା ଓ ରୁତୁ ପରିବର୍ତନର ସମୟ, ତେଣୁ ଏଭଳି ରୋଗ ବଢିଚାଲିଥିବା ବେଳେ ଏହିଭଳି ନକଲି ,ବେନାମୀ ମେଡିସିନ ବେପାର ଆଖିବୁଜା ଚାଲିଛି । ଖାଲି ଏହି ମେଡିସିନ କିମ୍ବା ଏହି ରୋଗ ନୁହେଁ ଅନେକ ନାମୀ ଦାମୀ କମ୍ପାନୀର ଆଣ୍ଟିବାୟୋଟିକ ଡାକ୍ତର ମାନେ ଲେଖିଲେବି ସେ ସବୁ ମେଡିସିନ ବଦଳରେ ଅନେକ ବେନାମୀ ଆଣ୍ଟିବାୟୋଟିକ ରୋଗୀ ମାନଙ୍କୁ ଚଢା ଦରରେ ବିକା ଚାଲିଛି । ଫଳରେ ରୋଗୀ ବାରମ୍ବାର ଡାକ୍ତର ପାଖକୁ ଦଉଡିବା ସହ ମେଡିସିନ ଭଳି ଜୀବନ ରକ୍ଷା କାରୀ ସାମଗ୍ରୀ ଉପରୁ ସେମାନଙ୍କର ଭରଷା ତୁଟି ଯାଉଛି । ଖାଲି ଏତିକି ନୁହେଁ ଦୁର୍ଘଟଣ ହେଉ କିମ୍ବା ଖଣ୍ଡିଆ ଖାବରା ହୋଇଗଲେ ସେଥିରେ ଲାଗୁଥିବା ଅୟେଣ୍ଟମେଣ୍ଟ ଗୁଡିକ ମଧ୍ୟ ନକଲି ଅଧିକରୁ ଅଧିକ ବ୍ୟବହାର ଚାଲିଥିବା ଅଭିଯୋଗ ହେଉଛି । ଏ ସମସ୍ତ ମେଡିସିନ କିଣା ବେଳେ ମେଡିସିନ ଦୋକାନୀ ମାନେ ବିଲ ମଧ୍ୟ ଦେଉନଥିବା ଦେଖାଯାଉଛି । ସହରରେ ଥିବା ମେଡିସିନ ଦୋକାନୀ ମାନେ କଫସିରବ ଭଳି ମେଡିସିନକୁ ନିଶାଖୋର ମାନଙ୍କୁ ଆଖିବୁଜା ବିକୁଥିବା ଦେଖାଯାଉଛି । ଏହି କଫସିରବ ଗୁଡିକରୁ ୨ଟି ପିଇ ଦେଲେ କୁଆଡେ ବିଦେଶୀ ମଦ ବୋତଲର ମଜା ମିଳୁଥିବାରୁ ଏବଂ ବାସ୍ନା ହେବାରୁ ବଞ୍ଚିଜିବା ଲାଗି ଏହାକୁ ନିଶାଖୋର ମାନେ ବ୍ୟବହାର କରୁଛନ୍ତି । ତେଣୁ ମେଡିସିନ ଦୋକାନ ଗୁଡିକରେ ରୋଗୀ ମାନଙ୍କ ଅପେକ୍ଷା ନିଶାଖୋର ମାନଙ୍କ ଭିଡ ଅଧିକ ଲାଗୁଛି । ଜଣେ ମେଡିସିନ ଦୋକାନୀ ନାମ ଲୁଚାଇ କହିଛନ୍ତି ଏହା ସାଧାରଣ କଥା, ଆମ ବିଭାଗର ଜଣେ ପୁର୍ବତନ ଡିଆଇ ଯାଞ୍ଚ ଲାଗି ଆସିଲେ ଆଗ ୨ଟି କଫସିରବ ପାନ କଲା ପରେ ଯାଞ୍ଚ କାମ ଆରମ୍ଭ କରୁଥିଲଲେ । ଏହି ଭଳି ନକଲି କାରବାର ଭିତରେ ସହରରେ ଥିବା ପ୍ରାୟ ୮୦୦ ଦୋକାନ ହୋଲସେଲ ମାନଙ୍କ ଭିତରୁ ଅନେକ ଏବେ ବିନା ଲାଇସେନ୍ସରେ ବେପାର ଚଳାଇଥିବା ଖବର ମିଳିଛି । ଯଦିଓ ଏମାନେ ଆଗରୁ ଲାଇସେନ୍ସ ନେଇଥିଲେ ଏବେ ତାକୁ ରିନୁଆଲ କରୁନଥିବାର ଖବର ମିଳିଛି । କାରଣ ପୁର୍ବରୁ ଏଠି ଜିଏ ଡିଆଇ ଥିଲେ ସିଏ କୁଆଡେ ରାଜ୍ୟର ମୁଖ୍ୟ , ତେଣୁ ସେମାନେ ବିନା ଲାଇସେନ୍ସରେ ନକଲି ମେଡିସିନ ବିକା ସହ ମନ ଇଛା କାରବାର କଲେ ମଧ୍ୟ ତାଙ୍କର କିଛି ହେବାର ନାହିଁ ବୋଲି କହୁଥିବା କୁହାଯାଉଛି ।ରାଉରକେଲା ରେ ଏଭଲି କାରବାର ବଢୁଚାଲିଥିଲେ ମଧ୍ୟ ଆଜିଯାଏ କୌଣସି ମେଡିସିନ ଦୋକାନୀ ,ହୋଲସେଲର କିମ୍ବା କଂପାନୀ ବିରୋଧରେ ଏହି ବିଭଗ ଆଖିଦୃସିଆ ପଦକ୍ଷେପ ୩୦ ବର୍ଷ ଭିତରେ ଥରେ ହେଲେ ନେଇଥିବା ଦେଖାଯାଇ ନାହିଁ । ଗୋଟାଏ ପଟେ ଅଫିସରେ କର୍ମଚାରୀ ନାହାନ୍ତି, ସେପଟେ ନକଲି ,ବେନାମୀ କାର ବାର ବଢିଚାଲିଛି, ଅଫିସରେ ଅଭିଯୋଗ ଶୁଣିବାକୁ ଡିଆଇ ନାହାନ୍ତି ତାଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ ଏଭଳି ପରିସ୍ଥିତିରେ ଲୋକେ ମେଡିସିନ ଭଳି ସାମଗ୍ରୀକୁ କିଭଳି ନେଇ କାହାକୁ ଭରଷା କରିବେ କାହାକୁ କହିବେ ତାହା ରାଜ୍ୟସରକାର ବିଚାର କରିବା ଉଚିତ ବୋଲି ମତପ୍ରକାଶ ପାଇଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button