ରାଜ୍ୟ

ମୋକିମଙ୍କୁ ସୁପ୍ରମିକୋର୍ଟରୁ ଆଶ୍ବସ୍ତି – Ibnodisha

[ad_1]

ଭୁବନେଶ୍ୱର : କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରମିକୋର୍ଟରୁ ଆଶ୍ବସ୍ତି ମିଳିଛି । ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କୁ ଆତ୍ମସମର୍ପଣରୁ ଛାଡ଼ କରିଛନ୍ତି । ଏପ୍ରିଲ ୨୨ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ମୋକିମ ଆତ୍ମସମର୍ପଣ କରିବେନି ।ଓଆରଏଚଡ଼ିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ ମହମ୍ମଦ ମୋକିମ। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ସୁଯୋଗ ଦେବାକୁ ଏବଂ ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିବାକୁ ସେ ଆବେଦନରେ ପ୍ରାର୍ଥନା କରିଥିଲେ । ଏଥୁସହ ଜରିମାନା ରାଶି ଆଦାୟ ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ । ଓଆରଏଚଡ଼ିସି ଦୁର୍ନୀତି ମାମଲାରେ ତଳ କୋର୍ଟ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ କରିଥିଲେ । ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ କାଏମ ରଖୁଥିଲେ । ଯାହାକୁ ଚାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୋକିମ । ଫଳରେ ସେ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନ କରିବା ଏବେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଉପରେ ନିର୍ଭର କରୁଛି ।

The post ମୋକିମଙ୍କୁ ସୁପ୍ରମିକୋର୍ଟରୁ ଆଶ୍ବସ୍ତି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button