A ଅକ୍ଷରରୁ ଆରମ୍ଭ ନାମର ଲୋକଙ୍କ ସ୍ଵଭାବ କିଭଳି ହୋଇଥାଏ ? ଜାଣନ୍ତୁ ଏହି ଲୋକଙ୍କର କିଛି ଖାସ୍ ଗୁଣ

ହିନ୍ଦୁ ଧର୍ମରେ ପ୍ରତ୍ଯେକ ବ୍ୟକ୍ତିର ନାମ ସେମାନଙ୍କ ରାଶିର କୁଣ୍ଡଳୀ ଅନୁସାରେ ହିଁ ହୋଇଥାଏ । ପ୍ରତ୍ଯେକ ବ୍ୟକ୍ତିର ଜୀବନରେ ତା’ ର ନାମର ପ୍ରଥମ ଅକ୍ଷର ବହୁତ ପ୍ରଭାବ ରହିଥାଏ । କାରଣ ନାମର ପ୍ରଥମ ଅକ୍ଷର ହିଁ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ଅନେକ କିଛି ପରିଚୟ ପ୍ରଦାନ କରିଥାଏ । ସେଥିପାଇଁ ତ ପ୍ରତ୍ଯେକଟି ସନ୍ତାନର ବାପା, ମାଆ ତାଙ୍କ ପିଲାଙ୍କ ନାମ କାରଣ ବହୁତ ଭାବିଚିନ୍ତି କରିଥାନ୍ତି । ତେବେ A ନାମର ବ୍ୟକ୍ତିଙ୍କ ସ୍ଵଭାବ, ଆଚାର, ବ୍ୟବହାର କିପରି ହୋଇଥାଏ ? ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।
ଯେଉଁ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ । ସେମାନେ ଦେଖିବାକୁ ଆକର୍ଷଣୀୟ ହୋଇଥାନ୍ତି । କାରଣ ଏହି ନାମର ବ୍ୟକ୍ତିଙ୍କର ଶାରୀରିକ ଗଠନ ଅନ୍ୟଙ୍କୁ ତାଙ୍କ ପ୍ରତି ବହୁତ ଶୀଘ୍ର ଆଟ୍ରାକ୍ଟ କରାଇ ଦେଇଥାନ୍ତି । ଏହି ନାମର ପୁଅ ହେଉ ଅବା ଝିଅ ବହୁତ ସ୍ମାର୍ଟ ହୋଇଥାନ୍ତି । ଏହି ଲୋକ ମାନେ ଅଧିକ ଭାବୁକ ହୋଇଥାନ୍ତି । ଯେତେବବେଳେ ଏମାନଙ୍କ କଥାକୁ ଅନ୍ୟ ମାନେ ଖାତିର କରିନଥାନ୍ତି । ସେତେବେଳେ ଏମାନେ ବହୁତ ଉଦାସ ହୋଇଯାଇଥାନ୍ତି ।
ଏମାନେ ନିଜର ପାଠ ପଢା ଓ କ୍ଯାରିଅରକୁ ନେଇ ବହୁତ ସଚେତନ ହୋଇଥାନ୍ତି । ଏମାନେ ତାଙ୍କ ଦ୍ଵାରା ଆରମ୍ଭ କାର୍ଯ୍ୟକୁ ମଝିରୁ ଅଧା ନରଖି ସମ୍ପୂର୍ଣ୍ଣ କରିକି ଛାଡିବା ହିଁ ପସନ୍ଦ କରିଥାନ୍ତି । ଏମାନଙ୍କ ଜୀବନରେ ବହୁତ ସଂଘର୍ଷର ସାମ୍ନା କରିବାକୁ ପଡିଲେ ମଧ୍ୟ ଏମାନେ ନିଜ ଲକ୍ଷସ୍ତଳରୁ କେବେବି ବିଚ୍ଯୁତ ହୋଇଯାଇନଥାନ୍ତି । ଏମାନେ ନିଜ ପରିବାର ପ୍ରତି ସବୁବେଳେ ଯତ୍ନବାନ ହୋଇଥାନ୍ତି ।
ଏହି A ନାମର ଲୋକ ମାନେ ପ୍ରେମକୁ ନିଜ ଜୀବନରେ ବହୁତ ଗୁରୁତ୍ଵ ଦେଇଥାନ୍ତି ସତ ହେଲେ ଏମାନେ ସେତେ ରୋମାଣ୍ଟିକ ସ୍ଵଭାବର ନୁହନ୍ତି । ଏମାନେ ଯାହାକୁ ଥରେ ଭଲ ପାଇଥାନ୍ତି । ସେହି ଭଲ ପାଇବାକୁ କେବେବି ଧୋକା ଦେଇନଥାନ୍ତି । ଏମାନେ ନିଜର ପ୍ରେମକୁ ପାଇବା ପାଇଁ ବଡ ବଡ ପରୀକ୍ଷା ଦେବାକୁ ବି ପଚାଇ ନଥାନ୍ତି ।
ଏମାନେ ବହୁ ପ୍ରତିଭାର ଅଧିକାରୀ ହୋଇଥାନ୍ତି । ଯେଉଁ ସବୁ ଗୁଣ ଓ ପ୍ରତିଭା କାରଣରୁ ଏମାନେ ସମାଜରେ ମାନ, ସମ୍ମାନ ପ୍ରତିଷ୍ଠା କରିପାରିଥାନ୍ତି । ଏମାନେ ନିଜର ଶକ୍ତି ସମ୍ପର୍କରେ ଅନ୍ୟ କୁ କହି ହୋଇନଥାନ୍ତି । ହେଲେ ଆବଶ୍ୟକ ସ୍ଥଳେ ଏମାନେ ନିଜର ବେଷ୍ଟ ଦେଇ ନିଜ କାମକୁ ପୂରଣ କରିଥାନ୍ତି । ଯାହା ହେଉଛି ଏହି ନାମର ଲୋକଙ୍କର ବହୁତ ଭଲ ଗୁଣ ଅଟେ ।
ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଥିସହ ଆପଣଙ୍କ ନାମ A ଅକ୍ଷରରୁ ହୋଇଥିଲେ। ଆମକୁ କମେଣ୍ଟ ଦ୍ଵାରା ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ