ଓଜନ କମାଇବ ଲୁଣ; ଜାଣନ୍ତୁ କେମିତି

ପ୍ରାୟତଃ ଲୋକମାନେ ଧାର୍ମିକ ଉପବାସ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଲୁଣ ଖାଇବା ଛାଡ଼ିଥାନ୍ତି । ଆପଣ କେବେ ଭାବିଛନ୍ତି କି, ଯଦି ଏକ ମାସ ପର୍ଯ୍ୟନ୍ତ ଲୁଣ ନ ଖାଆନ୍ତି ତେବେ ଏହା ଆପଣଙ୍କ ଶରୀରରେ କି ପ୍ରଭାବ ପକାଇବ? ଲୁଣ ଛାଡ଼ିବା ଦ୍ୱାର ଶରୀରରେ ସୋଡ଼ିୟମ୍ ଅଭାବ ହୋଇପାରେ, ଯାହା ଆଂଠୁ -ଗଣ୍ଠିରେ ଯନ୍ତ୍ରଣା, ଦୁର୍ବଳତା ଓ ଥକ୍କାପଣ ଭଳି ସମସ୍ୟା ସୃଷ୍ଟି କରିପାରେ ।
କିନ୍ତୁ ସମ୍ପୂର୍ଣ ରୂପେ ଲୁଣ ଛାଡ଼ିବା ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକେଇପାରେ, କାରଣ ସଠିକ ଭାବେ ମସ୍ତିଷ୍କ କାର୍ଯ୍ୟ କରିବା ପାଇଁ ସଠିକ୍ ସୋଡ଼ିୟମ ସ୍ତର ଜରୁରୀ ହୋଇଥାଏ ।
ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ କିଛି ନିର୍ଦ୍ଦିଷ୍ଟ ପରିମାଣରେ ଲୁଣ ଖାଇବା ଆବଶ୍ୟକ, କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଜଣେ ସୁସ୍ଥ ବ୍ୟକ୍ତି ପ୍ରତିଦିନ ୪ ଗ୍ରାମ୍ରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହଁ ।
ତେବେ ଆସନ୍ତୁ ଜାଣିବା ଯଦି ଆପଣ ଏକ ମାସ ଧରି ଲୁଣ ଖାଇବା ବନ୍ଦ କରନ୍ତି, ଏହା ଆପଣଙ୍କ ଶରୀରରେ କ’ଣ ପ୍ରଭାବ ପକାଇବ –
ଓଜନ ହ୍ରାସ ହେବା : ଯଦି ଆପଣ ଏକ ମାସ ଧରି ଲୁଣ ଖାଇବା ବନ୍ଦ କରନ୍ତି, ତେବେ ଶରୀରରେ ଏହାର ପ୍ରଥମ ପ୍ରଭାବ ଓଜନ ହ୍ରାସ ଭାବେ ଦେଖାଯାଇଥାଏ । ଲୁଣର ଅଭାବରେ ଶରୀରରେ ଜଳର ପରିମାଣ ହ୍ରାସ ପାଇଥାଏ, ଯାହାଦ୍ୱାରା ପେଟ ଓ ଅଣ୍ଟାର ଚର୍ବି କମିଥାଏ । ଯଦି ଓଜନ ଅସାଧାରଣ ଭାବେ ହ୍ରାସ ପାଉଥାଏ, ତେବେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ ।
ହଜମ ପ୍ରକ୍ରିୟାରେ ସମସ୍ୟା : ଲୁଣର ଅଭାବ ଶରୀର ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ, ଯାହା ପେଟରେ ଯନ୍ତ୍ରଣା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ହଜମ ପ୍ରକ୍ରିୟକୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ଶରୀର ଏକ ନିର୍ଦ୍ଦିଷ୍ଟ ପରିମାଣର ଲୁଣ ଆବଶ୍ୟକ କରେ ।
ମାନସିକ ସ୍ୱାସ୍ଥ୍ୟ ସମସ୍ୟା : ଲୁଣ ଠାରୁ ନିଜକୁ ସମ୍ପୂର୍ଣ ରୂପେ ଦୂରେଇ ରଖିବା, ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଲୁଣର ଅଭାବ ଦୁଖଃ,ଚାପ ଓ ଚିନ୍ତା ଭଳି ସମସ୍ୟା ସୃଷ୍ଟି କରିପାରେ ।