IBN ଓଡ଼ିଶା ବ୍ୟୁରୋ

ଶୋଇବା ଖଟ ତଳେ ଚୁପଚାପ କାହାକୁ ନଜଣାଇ ରଖି ଦିଅନ୍ତୁ ଏହି 5 ଜିନିଷ ! ଭାଗ୍ୟ ଉଦୟ ହୋଇଯିବ

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ବହୁତ ଅଧିକ ମହତ୍ଵ ରହିଛି । ଏହି ବାସ୍ତୁ ଘର ସକାରାତ୍ମକ ଓ ନକରାତ୍ମକ ଊର୍ଜାକୁ ନିୟନ୍ତ୍ରିତ କରିଥାଏ । ଘରର ଅନ୍ୟ ରୁମ୍ ମାନଙ୍କ ଭଳି ଘରର ଶୋଇବା ଘର ଅର୍ଥାତ ବେଡ୍ ରୁମ୍ ବାସ୍ତୁଶାସ୍ତ୍ର ଅନୁଯାଇ ହେବ ଦରକାର । କାରଣ ବେଡ୍ ରୁମ୍ ରେ ବ୍ୟକ୍ତି ନିଜର ଅଧିକ ସମୟ ବିତାଇଥାଏ । ଘରର ବେଡ୍ ରୁମ୍ ରେ ଖଟ, ବିଛଣା ନିହାତି ଭାବେ ରହିଥାଏ । ଯେଉଁ ବେଡ୍ ରେ ବ୍ୟକ୍ତି ସବୁବେଳେ ଶୋଇଥାଏ ।

ସେହି ବେଡ୍ ରୁ ବାହାରୁଥିବା ଊର୍ଜା ସେହି ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ତେବେ ଆପଣ ଶୋଉଥିବା ବେଡ୍ ତଳେ କିଛି ଏଭଳି ଜିନିଷ ରଖି ଦିଅନ୍ତୁ । ଯାହା ଆପଣଙ୍କ ବନ୍ଦ ଭାଗ୍ୟକୁ ଖୋଲିଦେଇଥାଏ । ବ୍ୟକ୍ତିର ଜୀବନରେ ସଫଳତା ଆସିବା ଆରମ୍ଭ ହୋଇଯାଇଥାଏ ।

1- ଏକ କାଗଜରେ କିଛି ସୋରିଷ ଓ ଲୁଣ ଗୁଡାଇ ନିଜର ବେଡ୍ ତଳେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଅବିବାହିତ ଲୋକଙ୍କର ବିବାହ ଖୁବ ଶୀଘ୍ର ନିଜ ମନ ପସନ୍ଦର ଜୀବନସାଥି ସହ ହୋଇଯାଇଥାଏ । ଏହା ସହ ବିବାହ କରିଥିବା ଲୋକଙ୍କର ଦାମ୍ପତ୍ୟ ଜୀବନ ଭଲ ରହିଥାଏ ।

2- ଯେଉଁ ବ୍ୟକ୍ତିଙ୍କୁ ରାତିରେ ବାରମ୍ବାର ଖରାପ ସ୍ଵପ୍ନ ଆସିଥାଏ । ସେହି ବ୍ୟକ୍ତି ନିଜର ବେଡ୍ ତଳେ ଷ୍ଟିଲର ଏକ ଛୁରୀ ରଖି ଶୋଇବା ଦ୍ଵାରା କୌଣସି ଖରାପ ସ୍ଵପ୍ନ ଆସିନଥାଏ । ଏଥିସହ ବ୍ୟକ୍ତିର ନିଦ୍ରା ମଧ୍ୟ ଭଲ ହୋଇଥାଏ । ସେହି ବ୍ୟକ୍ତି ପାଖକୁ କୌଣସି ନକରାତ୍ମକ ଶକ୍ତି ମଧ୍ୟ ଆସିପାରିନଥାଏ ।

3- ବୁଧବାର ଦିନ ପୂଜା ସମୟରେ ପ୍ରଭୁ ଗଣେଶଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ । ଏଥିସହ ଗଣେଶ ପ୍ରଭୁଙ୍କର ଚାଳିଶା ଜପ କରନ୍ତୁ ।

4- ଘରେ ଯଦି ବହୁତ ସମୟରେ କଳିଝଗଡା ଲାଗି ରହୁଥାଏ । ତେବେ ଆପଣ ଶୋଇବା ସମୟରେ ନିଜର ବେଡ୍ ବା ବିଛଣା ତଳେ ଗୋଟିଏ ମାତ୍ର ମୟୂରପୁଚ୍ଛ ରଖି ଶୋଇ ପଡନ୍ତୁ । କାରଣ ମୟୂରପୁଚ୍ଛରେ ସକାରାତ୍ମକ ଊର୍ଜା ଭରି ହୋଇ ରହିଥାଏ । ତେଣୁ ଏହାକୁ ନିଜ ବିଛଣା ତଳେ ରଖି ଶୋଇବା ଦ୍ଵାରା ଘର ମଧ୍ୟରେ ସକାରାତ୍ମକ ଏନର୍ଜି ଭରି ହୋଇ ରହିଥାଏ । ଘରେ ବାରମ୍ବାର ଅଯଥା କଳହ, ଝଗଡା ଲାଗି ରହିନଥାଏ ।

5- ଘରର ପୂଜା ସ୍ଥାନରେ ଏକ ଲେମ୍ବୁକୁ ରଖି ଦିଅନ୍ତୁ । ସବୁଦିନ ସିନ୍ଦୁର ଓ ଚାଉଳ ଦ୍ଵାରା ତାହାର ପୂଜା ମଧ୍ୟ କରନ୍ତୁ । ଯେତେବେଳେ ସେହି ଲେମ୍ବୁ ଶୁଖିଯିବ । ତାହାକୁ ନିଜର ଶୋଇବା ବେଡ୍ ତଳେ ରଖିଦିଅନ୍ତୁ । ଏହା ଦ୍ଵାରା ବ୍ୟକ୍ତିର ସ୍ଵାସ୍ଥ ଭଲ ରହିବା ସହ ଆପଣଙ୍କ ଉପରେ କୌଣସି ବିପତ୍ତି ମଧ୍ୟ ଆସିନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button