ଦେଶ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨୯ ନକ୍ସଲ ସଫା – Ibnodisha

[ad_1]

ମାଲକାନଗିରି: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ପୂର୍ବରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି । କାଂକେର ଜିଲ୍ଲା ଛୋଟେବେଟିଆ ଥାନା କଲପର ଜଂଗଲରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଏହି ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନକ୍ସଲ ନେତା ଶଙ୍କର ରାଓଙ୍କ ସମେତ ୨୯ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଥି । ତେବେ ଗୁଳି ବିନିମୟରେ ଜଣେ ବିଏସ୍‌ଏଫ୍ ଇନ୍ସପେକ୍ଟର ସମେତ ୩ ଯବାନ ଆହତ ହୋଇଛନ୍ତି ।

ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବିଏସଏଫ ଏବଂ ଡିଆରଜି ଯବାନ ହାପାଟୋଲା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ । ନକ୍ସଲ ସେଠାରେ କ୍ୟାମ୍ପ କରି ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ବନ୍ଧୁକ,୩ ଏଲଏମଜି ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି । ଜଂଗଲରୁ ଯବାନ ଫେରିବା ପରେ ହିଁ ୨୯ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ଏସ୍‌ପି ଇନ୍ଦ୍ରା କଲ୍ୟାଣ ଏଲେସେଲା କହିଛନ୍ତି, ଗୁଳି ବିନିମୟରେ ବିଏସ୍‌ଏଫ୍‌ର ଜଣେ ଇନ୍ସପେକ୍ଟର ସମେତ ୨ ଜଣ ଆହତ ହୋଇଛନ୍ତି । ଏନ୍‌କାଉଣ୍ଟରେ ନିହତ ହୋଇଥିବା ନକ୍ସଲଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରି ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button