ଦେଶ

ପ୍ରେମିକାର ସମ୍ପତ୍ତି ପାଇଁ ପ୍ରେମିକର ବର୍ବର କାଣ୍ଡ… – Ibnodisha

[ad_1]

ମଧ୍ୟପ୍ରଦେଶର : ମଧ୍ୟପ୍ରଦେଶର ଗୁଣା ଜିଲ୍ଲାରେ ଘଟିଛି ବର୍ବର କାଣ୍ଡ । ପ୍ରେମିକାଙ୍କ ସମ୍ପତ୍ତି ନେବାକୁ ପ୍ରେମିକ ସାଜିଲା ପଶୁ । ସୂଚନା ଅନୁଯାୟୀ, ଯୁବତୀଜଣକ ନିଜ ମା’ଙ୍କ ସହ ରହୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଛି। ଯୁବକଜଣକ ତାଙ୍କ ପଡ଼ୋଶୀ ହୋଇଥିବା ବେଳେ କିଛି ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ସବୁ ସମ୍ପତ୍ତି ଯୁବତୀଙ୍କ ମା’ଙ୍କ ନାମରେ ଥିବା ବେଳେ ତାହାକୁ ନିଜ ନାମରେ କରାଇବାକୁ ପ୍ରେମିକ ତାଙ୍କୁ ବାଧ୍ୟ କରୁଥିଲେ। ଏହାକୁ ନେଇ ଉଭୟଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା । ତେବେ ଗତ ମଙ୍ଗଳବାର ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ତାଙ୍କୁ ପ୍ରବଳ ପିଟିଥିବା ବେଳେ ତାଙ୍କ ମନ ଶାନ୍ତ ହୋଇ ନ ଥିଲା। ଏହାପରେ ସେ ନିଜ ପ୍ରେମିକାଙ୍କ ପାଟିରେ ଜୋରଜବରଦସ୍ତି ଭାବେ ଲଙ୍କା ଗୁଣ୍ଡ ପଶାଇଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ତାଙ୍କ ପ୍ରେମିକ ସେଠାରୁ ଫେରାର ହୋଇ ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ବାନ୍ଧିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button