ରାଜ୍ୟ

ରେକର୍ଡ ତାପମାତ୍ରା: ୪୦ ଡିଗ୍ରି ଉପରେ ୩୨ ସହର, ୪୪.୩ ଡିଗ୍ରିରେ ସିଝିଲେ ବୌଦ୍ଧବାସୀ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ୩୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ୪୩ ଡିଗ୍ରି ଉପରେ ୧୦ଟି ସହର ଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି ରେକର୍ଡ ହୋଇଛି । ସେହିପରି ବାରିପଦାରେ ପାରା ୪୪.୨ ଡିଗ୍ରି ପହଞ୍ଚିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଝାରସୁଗୁଡ଼ାରେ ୪୩.୮, ଅନୁଗୁଳରେ ୪୩.୭, ଟିଟିଲାଗଡ଼ରେ ୪୩.୫, ବଲାଙ୍ଗୀର, ମାଲକାନଗିରି, ନୂଆପଡ଼ା, ଭବାନୀପାଟଣାରେ ୪୩ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଚଳିତ ସପ୍ତାହରେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ପ୍ରବଳ ଖରା ଆହୁରି ଦୁଇ ଦିନ ଜାରି ରହିବ । ମୁଣ୍ଡ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ୮ଟାରୁ ଦିନ ୪ଟା ଭିତରେ ବାହାରକୁ ଯିବା ଅସମ୍ଭାଳ ହେଉଛି । ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରୁ ନାହାନ୍ତି । ମଧ୍ୟାହ୍ଣ ସମୟରେ ରାସ୍ତାଘାଟ ଖାଲିଖାଲି ଲାଗୁଛି । ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି ଯେ, ଖରା ଆହୁରି ୨ ଦିନ ଜାରି ରହିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button