ରାଜ୍ୟ

ବିଏସଏଫ ଅପରେସନ ବେଳେ ମାଲକାନଗିରି ଜିଲ୍ଲାରେ ନକ୍ସଲ ଶିବିର ଠାବ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି- ମାଲକାନଗିରି ଜିଲ୍ଲାରେ ଏକ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। କାଲିମେଳା ଥାନା ମାରିଗେଟା ଗାଁ କମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ ନକ୍ସଲ କ୍ୟାମ୍ପ ଠାବ କରାଯାଇ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷାକର୍ମୀ।

ବିଏସ୍‌ଏଫ୍ ପକ୍ଷରୁ କମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରାଯାଇଥିଲା। କ୍ୟାମ୍ପରୁ ୨୫ଟି ଇଲେକ୍ଟ୍ରିକ ଡେଟୋନେଟର, ୧୦୮ଟି ଜିଲେଟିନ୍ ଷ୍ଟିକ୍ ଓ ୨୦ଟି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି। କ୍ୟାମ୍ପରୁ ନକ୍ସଲଙ୍କ ପୋଷାକ ଓ ମାଓ ପୁସ୍ତିକା ମଧ୍ୟ ଜବତ କରିଛନ୍ତି ବିଏସଏଫ ଯବାନ।

Related Articles

Leave a Reply

Your email address will not be published. Required fields are marked *

Back to top button