ରାଜ୍ୟ

ରାଜ୍ୟରେ ମୌସୁମୀ ବର୍ଷା ନିରାଶାଜନକ, ୨୨ଟି ଜିଲ୍ଲାରେ ଖରାପ ପରିସ୍ଥିତି

ଭୁବନେଶ୍ୱର – ରାଜ୍ୟରେ ଏ ଯାଏଁ ମୌସୁମୀ ବର୍ଷାର ପରିମାଣ ଅତି ନିରାଶାଜନକ ରହିଛି । ଶ୍ରାବଣ ମାସରେ ମଧ୍ୟ ବର୍ଷା ଉଭାନ ହୋଇଯାଇଛି । ନିଅଣ୍ଟିଆ ବର୍ଷା ଯୋଗୁଁ ୨୨ଟି ଜିଲ୍ଲାରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । କଳାହାଣ୍ଡି ଜିଲ୍ଲାରେ ଅବସ୍ଥା ଅତି ଖରାପ ରହିଛି। କଳାହାଣ୍ଡି ଜିଲ୍ଲାରେ ସ୍ୱାଭାବିକଠାରୁ ୬୬ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଏହି ଜିଲ୍ଲାରେ ଭୀଷଣ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି।

ରାଜ୍ୟରେ ଏପର୍ଯ୍ୟନ୍ତ ୧୩ଟି ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ଏସବୁ ଜିଲ୍ଲାରେ ସ୍ୱାଭାବିକଠାରୁ ୫୫ରୁ ୪୫ ପ୍ରତିଶତ କମ୍ ବର୍ଷା ହୋଇଛି।

ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, ଯାଜପୁର,ବଲାଙ୍ଗିର, କଟକ, କନ୍ଧମାଳ, ଗଂଜାମ, ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା, ମୟୂରଭଂଜରେ ଅତି ନିଅଣ୍ଟିଆ ବର୍ଷା ହୋଇଛି।

ଜୁଲାଇ ୧୦ ପର୍ଯ୍ୟନ୍ତ ୩୪୬ ମିଲିମିଟର ବର୍ଷା ହେବ ବୋଲି ଆଶା କରାଯାଉଥିବା ବେଳେ ମାତ୍ର ୧୧୬ ମିଲିମିଟର ବର୍ଷା ହୋଇଛି ।
କେବଳ ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଦେବଗଡ଼ରେ ୧୭.୫ ଓ ସମ୍ବଲପୁରରେ ୫.୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button