ଖେଳ

ଆଇପିଏଲ ୨୦୨୪ : ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ – Ibnodisha

[ad_1]

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ କରି ୬ ଉଇକେଟ୍‌ରେ ଚମତ୍କାର ବିଜୟ ପଞ୍ଜିକରଣ କରିଛି। ଚଳିତ ସିଜନରେ ଚେନ୍ନାଇ ବିପକ୍ଷରେ ଲକ୍ଷ୍ନୌର ଏହା କ୍ରମାଗତ ଦ୍ୱିତୀୟ ବିଜୟ ଥିଲା। ଏହି ପରାଜୟ ପରେ ଚେନ୍ନାଇ ଦଳ ପଏଣ୍ଟ ଟେବୁଲର ଟପ୍‌ -୪ରୁ ବାହାର ହୋଇଯାଇଛି। ଏହା ବ୍ୟତୀତ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍‌ ଦୌଡ଼ରେ ଏକ ନୂଆ ମୋଡ଼ ଆସିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷ ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପଏଣ୍ଟ ଟେବୁଲର ଟପ୍‌ -୪ରେ ଥିଲା। କିନ୍ତୁ ପରାଜୟ ପରେ ଦଳ ଟପ୍‌ -୪ବାହାରେ ରହିଛି। ଚେନ୍ନାଇ ଚଳିତ ସିଜନରେ ଏ ପର୍ୟ୍ୟନ୍ତ ୮ ଟି ମ୍ୟାଚ ଖେଳିଛି, ଯେଉଁଥିରେ ସେମାନେ ୪ଟି ଜିତିଛନ୍ତି। ୪ଟି ବିଜୟ ସହିତ ଦଳ ୮ ପଏଣ୍ଟ ଏବଂ ନେଟ ରନରେଟ୍‌ +୦.୪୧୫ ସହିତ ପଞ୍ଚମ ସ୍ଥାନରେ ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button