IBN ଓଡ଼ିଶା ବ୍ୟୁରୋ

ବିବାହିତା ମହିଳା ଏହି 3 ଟି ଜିନିଷ କେବେବି ପରିଧାନ କରନ୍ତୁ ନାହିଁ, ନଚେତ ସ୍ଵାମୀଙ୍କ ଉପରକୁ ଆସିଥାଏ ଘୋର ବିପଦ

ହିନ୍ଦୁ ଧର୍ମର ସଂସ୍କୃତିରେ ବାସ୍ତୁଶାସ୍ତ୍ରକୁ ଅନେକ ମହତ୍ଵ ଦିଆଯାଇଛି । ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ବାସ୍ତୁର ନିୟମ ଉପରେ ଅବଶ୍ୟ ଧ୍ୟାନ କରିଥାଉ । କାରଣ ଭବିଷ୍ୟତରେ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ । ବର୍ତ୍ତମାନର ବିବାହିତ ମହିଳା ମାନେ ଅନେକ ଆଧୁନିକ ଜିନିଷର ପରିଧାନ କରୁଛନ୍ତି । ଯେପରି ଅନେକ କିଛି ଏଭଳି ଜିନିଷ ମଧ୍ୟ ସେଥିରେ ରହିଥାଏ । ଯାହାକୁ ପିନ୍ଧିବା ପରେ ସେହି ମହିଳା ତଥା ତାଙ୍କ ପରିବାର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।

1- କୌଣସି ବିବାହିତା ମହିଳାକୁ ସଂପୂର୍ଣ୍ଣ ଧଳା ରଙ୍ଗର ଶାଢୀ ପିନ୍ଧିବା ଉଚିତ ନୁହେଁ । କାରଣ ଧଳା ରଙ୍ଗର ଶାଢୀ ପିନ୍ଧିବା ଦ୍ଵାରା ପତୀବ୍ରତା ଧର୍ମ ନଷ୍ଟ ହୋଇଥାଏ । ଏଥିସହ ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ ମଧ୍ୟରେ ବି ଫାଟ ଆସିଥାଏ । ଯଦି ଧଳା ରଙ୍ଗର ଶାଢୀ ମହିଳା ମାନେ ପିନ୍ଧୁଛନ୍ତି । ତେବେ ସେଥିରେ ଅନ୍ୟ ରଙ୍ଗ ଯେପରି ମିଶିକି ଥିବ । ସେଥିପ୍ରତି ମହିଳା ମାନଙ୍କୁ ଧ୍ୟାନ ଦେବାକୁ ପଡିବ ।

2- ମହିଳା ମାନେ ନିଜର ପାଦକୁ ସୁନ୍ଦର ଦେଖାଯିବା ପାଇଁ ଅନେକ ମହିଳା ସୁନାର ପାଉଁଜି ନିଜ ପାଦରେ ପିନ୍ଧିଦେଇଥାନ୍ତି । ହେଲେ ମହିଳାଙ୍କୁ ନିଜ ପାଦରେ ସୁନାର ପାଉଁଜି ପିନ୍ଧିବା ଉଚିତ ନୁହେଁ । କାରଣ ପାଦରେ ସୁନା ପିନ୍ଧିବା ଦ୍ଵାରା କୁବେର ମହାରାଜାଙ୍କର ଅପମାନ ହୋଇଥାଏ । ଯାହା ଫଳରେ ସେହି ମହିଳାଙ୍କ ପାଇଁ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହେବାକୁ ଲାଗିଥାଏ । ଏଥିସହ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ସୁନାକୁ ପାଦରେ ଭୁଲରେ ବି ପିନ୍ଧନ୍ତୁ ନାହିଁ ।

3- ହିନ୍ଦୁ ଧର୍ମରେ ସିନ୍ଦୁର ଓ ମଙ୍ଗଳସୂତ୍ରର ବହୁତ ମହତ୍ଵ ରହିଛି । ଯଦି ହିନ୍ଦୁ ଧର୍ମର ମହିଳା ମାନେ ନିଜ ମଥାରେ ସିନ୍ଦୁର ଲଗାନ୍ତି ନାହିଁ । ତେବେ ଶାସ୍ତ୍ରରେ ଏହାକୁ ପାପ ବୋଲି ମନା ଯାଇଥାଏ । ମଙ୍ଗଳସୂତ୍ରରେ ସୁନା କି ପିତ୍ତଳ ନଲାଗିଥିଲେ ବି ଚଳିବ । ହଳଦିଆ ସୂତାରେ କଳା ମାଳି ଲାଗିଥିବା ଆବଶ୍ୟକ । କାରଣ ମଙ୍ଗଳସୂତ୍ରରେ ହଳଦିଆ ଅଂଶ ମାତା ପାର୍ବତୀ ଓ କଳା ଅଂଶ ଭଗବାନ ଶିବଙ୍କର ହୋଇଥାଏ ।

ତେଣୁ କରି ପ୍ରତ୍ଯେକ ବିବାହିତା ମହିଳାଙ୍କୁ ମଙ୍ଗଳସୂତ୍ର ପିନ୍ଧିବା ଉଚିତ । ତେଣୁ ପ୍ରତ୍ଯେକଟି ବିବାହିତା ମହିଳା ମାନେ ଉପୋରୋକ୍ତ ଏହି ସବୁ ନିୟମମାନ ମାନି ଚଳିବା ଉଚିତ । ଯାହା ଦ୍ଵାରା ତାଙ୍କ ସ୍ଵାମୀ ତଥା ପରିବାର ଉପରେ ଯେପରି କୌଣସି ସଙ୍କଟ ପଡିବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button