IBN ଓଡ଼ିଶା ବ୍ୟୁରୋ

ନିଦ ଆସୁନଥିଲେ, କେବଳ ଏହି ଗୋଟିଏ ମଞ୍ଜିର ସେବନ ଦ୍ଵାରା କୁମ୍ଭକର୍ଣ୍ଣ ଭଳି ନିଦ ଆସିଯିବ

ବନ୍ଧୁଗଣ ଖାଇବା, ପିଇବା ଭଳି ଶୋଇବା ମଧ୍ୟ ମନୁଷ୍ୟର ଶରୀର ପକ୍ଷେ ଅତ୍ୟନ୍ତ ଦରକାରୀ ହୋଇଥାଏ । ହେଲେ ଯେତେବେଳେ ବ୍ୟକ୍ତି ରାତିରେ ଭଲ ଭାବେ ଶୋଇପାରିନଥାଏ । ତାକୁ ଦିନ ସାରା ଭାରୀ ଭାରୀ ଅନୁଭବ ହେବା ସହ କୌଣସି କାର୍ଯ୍ୟରେ ମଧ୍ୟ ମନ ଲାଗିନଥାଏ । ଆମକୁ ଦିନ ସାରା ଆଳସ୍ୟ ଅନୁଭବ ହୋଇଥାଏ । ତେଣୁ ରାତିରେ 7 ରୁ 8 ଘଣ୍ଟା ନିହାତି ଭାବେ ଶୋଇବା ଦରକାର ହୋଇଥାଏ । ହେଲେ ଯେଉଁ ଲୋକଙ୍କୁ ରାତିରେ ଭଲ ଭାବେ ନିଦ ହେଉନଥାଏ ।

ସେମାନଙ୍କୁ ଆଜି ଆମେ ଏକ ବହୁତ ଭଲ ଉପାୟ ବିଷୟରେ କହିବାକୁ ଯାଉଛୁ । ତେବେ ଏଠାରେ ଆମେ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ । ସେଥିପାଇଁ ବୋଇତାଳୁ ମଞ୍ଜିର ଦରକାର ପଡିବ । ବୋଇତାଳୁ ମଞ୍ଜିରେ ଚୋପା ଥିଲେ ତାହା ହଳଦିଆ ଦେଖାଯାଇଥାଏ । ହେଲେ ତାହାର ଚୋପା ଛଡାଇବା ପରେ ତାହାର ରଙ୍ଗ ସବୁଜ ହୋଇଯାଇଥାଏ । ପ୍ରତିଦିନ ରାତିରେ1 ଗ୍ଳାସ ପାଣିରେ ଏହି ସବୁଜ ରଙ୍ଗର ବୋଇତାଳୁ ମଞ୍ଜିରୁ 1 ଚାମଚ ଭେଦାଇ ଦିଅନ୍ତୁ ।

ତାପରେ ସକାଳୁ ଉଠି ଫ୍ରେସ ହୋଇସାରିବା ପରେ ଆପଣ ଏହାକୁ ଖାଲି ପେଟରେ ସେବନ କରାନ୍ତୁ । ଏହାକୁ ଖାଇବା ସମୟରେ ସେହି ବୋଇତାଳୁ ମଞ୍ଜି ଗୁଡିକୁ ଭଲ ଭାବେ ଚୋବାଇ ଚୋବାଇ କରି ଖାଆନ୍ତୁ । ତାପରେ ପାଣି 1 ଗ୍ଳାସ ପିଇଦିଅନ୍ତୁ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ପେଟ ଥଣ୍ଡା ହୋଇଥାଏ । ରାତିରେ ନିଦ ମଧ୍ୟ ଭଲ ହୋଇଥାଏ ।

ଏଥିସହ ଶରୀରକୁ ଭିଟାମିନ-c ମିଳିପାରିଥାଏ । ଏହି ଉପାୟକୁ ଆପଣ 2 ରୁ 3 ଦିନ ପର୍ଯ୍ୟନ୍ତ କରିବେ । ଏହାଦ୍ବାରା ଆପଣଙ୍କୁ ବହୁତ ଭଲ ନିଦ୍ରା ଆସିଯିବ । ଏଥିସହ ଏହି ମଞ୍ଜିକୁ ନେଇ ଅନ୍ୟ ଏକ ଉପାୟ ମଧ୍ୟ କହିବୁ । ପ୍ରଥମେ ଏକ ତାୱା ବସାଇ ସେଥିରେ 2 ରୁ 3 ଚାମଚ ଏହି ମଞ୍ଜିକୁ ନେଇ 3 ରୁ 4 ମିନିଟ ଡ୍ରାଏ ରୋଷ୍ଟ କରିଦିଅନ୍ତୁ ।

ଧିମା ଆଞ୍ଚରେ ଏହାକୁ ଭାଜିବାକୁ ପଡିବ । ତାପରେ ସେହି ଭଜା ଯାଇଥିବା ମଞ୍ଜି ଗୁଡିକୁ ନେଇ କୌଣସି ଏକ ଡବାରେ ମଞ୍ଜି ଥଣ୍ଡା ହେବାପରେ ଭର୍ତ୍ତି କରି ରଖିଦିଅନ୍ତୁ । ଯେତେବେଳେ ଆପଣଙ୍କୁ ନିଦ ଆସୁନଥିବ । ସେତେବେଳେ ଆପଣ ଏହି ମଞ୍ଜିରୁ କିଛି ଚୋବାଇ କରି ଖାଇବା ସହ ପାଣି ପିଇଦିଅନ୍ତୁ । ତେବେ ବୋଇତାଳୁ ମଞ୍ଜିର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଯଦି ଭିଟାମିନ-c ର ଅଭାବ ଥାଏ । ତାହା ପୂରଣ ହୋଇଯିବ । ଏହା ଛଡା ଏହାର ସେବନରେ ସୁଖନିଦ୍ରା ମଧ୍ୟ ହୋଇଥାଏ । ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button