ଏହି ଭୁଲ ପାଇଁ ନାରୀ ମାନଙ୍କୁ ସବୁ ମାସ ମାସିକ ଧର୍ମ ଭୋଗିବାକୁ ପଡିଥାଏ ଏହାର ଶାସ୍ତ୍ରସମ୍ମତ କାରଣ କ’ଣ ?

ବନ୍ଧୁଗଣ ଆମର ଧର୍ମଗ୍ରନ୍ଥରେ ଅନେକ କିଛି କଥା ବର୍ଣ୍ଣନା ହୋଇ ରହିଛି । ଯାହାକୁ ପଢିବା ଦ୍ଵାରା ଆମେ ଜ୍ଞାନ ଲାଭ କରିଥାଉ । ତେବେ ସେହିପରି ଝିଅ ମାନଙ୍କର ମାସିକ ଧର୍ମକୁ ନେଇ ଶାସ୍ତ୍ରରେ ଏପରି କିଛି କଥା ବର୍ଣ୍ଣନା କରାଯାଇଛି । ଯେ କେଉଁ କାରଣ ବଶତଃ ଝିଅ ମାନଙ୍କୁ ମାସକୁ ମାସ ମାସିକ ଧର୍ମ ଭୋଗିବାକୁ ପଡୁଅଛି । ତେବେ ପୌରାଣିକ କଥା ଅନୁଯାଇ ମହିଳା ମାନଙ୍କର ମାସିକ ଧର୍ମ ହେଉଛି । ଦେବରାଜ ଇନ୍ଦ୍ରଙ୍କ ଦ୍ଵାରା ମହିଳା ମାନଙ୍କୁ ଦିଆଯାଇଥିବା ଏକ ଅଭିଶାପ ଅଟେ ।
ଥରେ ଗୁରୁ ବୃହଷ୍ପତ୍ତି ଇନ୍ଦ୍ରଦେବଙ୍କ ଉପରେ ରାଗି ଯାଇଥିଲେ । ଯାହାର ଫାଇଦା ଉଠାଇବାକୁ ଯାଇ ଅସୁର ମାନେ ଦେବଲୋକ ଉପରେ ଆକ୍ରମଣ କରିବାକୁ ବାହାରିଗଲେ । ଯେଉଁ କାରଣରୁ ଇନ୍ଦ୍ରଦେବଙ୍କୁ ନିଜର ଗାଦି ଛାଡିଯିବାକୁ ପଡିଥିଲା । ଅସୁର ମାନଙ୍କ କବଳରୁ ଇନ୍ଦ୍ରଦେବ ନିଜକୁ ବଞ୍ଚାଇ ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ନିକଟକୁ ଯାଇଥିଲେ । ସେଠାରେ ଯାଇ ଇନ୍ଦ୍ରଦେବ ବ୍ରହ୍ମାଙ୍କୁ ସାହାଜ୍ଯ ମାଗିଥିଲେ ।
ତେବେ ଇନ୍ଦ୍ରଦେବଙ୍କୁ ସାହାଜ୍ଯ କରିବାକୁ ଯାଇ ବ୍ରହ୍ମା ଇନ୍ଦ୍ରଦେବଙ୍କୁ ଏକ ଉପାୟ ବିଷୟରେ କହିଥିଲେ । ବ୍ରହ୍ମାଙ୍କ କହିବା ଅନୁଯାଇ ଇନ୍ଦ୍ରଦେବ ତୁମେ ଯଦି ଗୋଟେ ବ୍ରହ୍ମଜ୍ଞାନୀର ସେବା କରିବ ତେବେ ଯାଇ ତୁମ ସମସ୍ଯାର ସମାଧାନ ହୋଇପାରିବ । ଯଦି ସେ ତୁମ ସେବା ରେ ପ୍ରସନ୍ନ ହୋଇଯିବେ । ତୁମକୁ ତୁମ ସ୍ଵର୍ଗ ପୁଣି ଥରେ ମିଳିପାରିବ । ତାପରେ ଇନ୍ଦ୍ରଦେବ ଜଣେ ବ୍ରହ୍ମଜ୍ଞାନୀଙ୍କ ସେବା କରିବାରେ ଲାଗିପଡିଲେ ।
ହେଲେ ସେହି ବ୍ରହ୍ମଜ୍ଞାନୀର ମାତା ଜଣେ ଅସୁର ଅଟନ୍ତି । ତେବେ ଇନ୍ଦ୍ରଦେବ ବ୍ରହ୍ମଜ୍ଞାନୀ ଜଣଙ୍କୁ ଯାହାବି ସବୁ ଦେଉଥିଲେ । ବ୍ରହ୍ମଜ୍ଞାନୀ ଜଣଙ୍କ ଇନ୍ଦ୍ର ଦେଉଥିବା ସବୁ ଜିନିଷ ଗୁଡିକୁ ନିଜ ଅସୁର ଦଳରେ ଦେଇଦେଉଥିଲେ । ତେବେ ଯେତେବେଳେ ଏହି କଥା ଇନ୍ଦ୍ରଦେବଙ୍କ ଜାଣିବାକୁ ପାଇଥିଲେ । ସେତେବେଳେ ଇନ୍ଦ୍ରଦେବ ବହୁତ ରାଗିଜାଇ ସେହି ବ୍ରହ୍ମଜ୍ଞାନୀ ଜଣଙ୍କର ହତ୍ୟା କରିଦେଇଥିଲେ ।
ତାପରେ ଇନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ଦୋଷ ଲାଗିଯାଇଥିଲା । ତେବେ ଏହି ବ୍ରହ୍ମହତ୍ୟା ଦୋଷ ଛଡାଇବା ପାଇଁ ଭଗବାନ ନାରାୟଣ ଇନ୍ଦ୍ରଦେବଙ୍କୁ କହିଥିଲେ । ଯେ ଇନ୍ଦ୍ରଦେବ ତୁମେ ତୁମର ପାପକୁ ଗଛ, ଜଳ, ଭୂମୀ ଓ ନାରୀଙ୍କୁ କିଛି ବାଣ୍ଟିଦେବାକୁ ପଡିବ । ଏଥିସହ ସମସ୍ତଙ୍କୁ ଗୋଟେ ଗୋଟେ ବରଦାନ ମଧ୍ୟ ଦେବାକୁ ପଡିବ । ତେବେ ଯେତେବେଳେ ସ୍ତ୍ରୀ ମାନଙ୍କୁ ଇନ୍ଦ୍ରଦେବ ନିଜର ପାପର କିଛି ଅଂଶ ଦେଇଥିଲେ ।
ସେବେଠାରୁ ମହିଳା ମାନଙ୍କୁ ମାସିକ ଧର୍ମ ଭୋଗିବାକୁ ପଡୁଛି । ସେତେବେଳେ ସେ ନାରୀ ମାନଙ୍କୁ ଏହି ବର ଦେଇଥିଲେ । ଯେ ନାରୀ ମାନେ ପୁରୁଷ ତୁଳନାରେ କାମର ଆନନ୍ଦ ଅଧିକ ନେଇପାରିବେ । ବନ୍ଧୁଗଣ ପୋଷ୍ଟଟି କିପରି ଲାଗିଲା ? ଆମକୁ ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ