ଦେଶ

ମୋଦି, ରାହୁଲଙ୍କୁ ଇସିଙ୍କ ନୋଟିସ – Ibnodisha

[ad_1]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଉଲ୍ଲଂଘନ ଅଭିଯୋଗକୁ ନେଇ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଉଭୟ ବିଜେପି ଓ କଂଗ୍ରେସକୁ ଏହାର ଜବାବ ମାଗିଛନ୍ତି। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ଭାଷଣ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏହକାକୁ ନେଇ ଏବେ ନିର୍ବାଚନ ଆୟୋଗ ବିଜେପି ଓ କଂଗ୍ରେସକୁ ନୋଟିସ ପଠାଇଛନ୍ତି। ଏପ୍ରିଲ ୨୯ ସକାଳ ୧୧ଟା ସୁଦ୍ଧା ଏହି ନୋଟିସ୍‌ର ଜବାବ ଦାଖଲ କରିବାକୁ ଆୟୋଗ ଉଭୟ ପକ୍ଷଙ୍କୁ କହିଛନ୍ତି। ଲୋକସଭାର ଆଇନର ଧାରା ୭୭ ଅନୁଯାୟୀ ଉତ୍ତର ଦେବାକୁ ନିର୍ବାଚନ ଆୟୋଗ ଉଭୟ ଦଳର ସଭାପତିଙ୍କୁ କହିଛନ୍ତି। ରାଜନୈତିକ ଦଳଗୁଡିକ ସେମାନଙ୍କ ପ୍ରାର୍ଥୀ ତଥା ବିଶେଷ ରୂପେ ଷ୍ଟାର୍‌ ପ୍ରଚାରକଙ୍କ ଆଚରଣ ଓ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟିତ୍ୱ ଗ୍ରହଣ କରିବାକୁ। ନଚେତ୍‌ ଚ୍ଚ ପଦବୀରେ ଅବସ୍ଥାପିତ ନେତାଙ୍କ ଭାଷଣ ଯୋଗୁ ଗୁରୁତର ପରିଣାମ ଭୋଗିବାକୁ ପଡିପାରେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button