IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ମଙ୍ଗଳସୂତ୍ର ପିନ୍ଧିଲେ ସ୍ଵାମୀ ଜୀବନରେ ଆସିଥାଏ ବିପଦ ! ତେଣୁ ଏଥିପ୍ରତି ସାବଧାନ ! ଜାଣନ୍ତୁ ମଙ୍ଗଳସୂତ୍ର ପିନ୍ଧିବାର ସଠିକ ନିୟମ

ବନ୍ଧୁଗଣ ପୁରାତନ କାଳରୁ ଆମେ ଅନେକ କିଛି ନିୟମ ପାଳନ କରି ଆସିଛୁ । ସେଥିମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳସୂତ୍ର । ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରର ବହୁତ ମହତ୍ଵ ରହିଛି । ବନ୍ଧୁଗଣ ମଙ୍ଗଳସୂତ୍ର ବିନା ବାହାଘର ସଂପୂର୍ଣ୍ଣ ହୋଇପାରିନଥାଏ । ମଙ୍ଗଳସୂତ୍ରର ଏହିପରି ଅନେକ ମହତ୍ଵ ରହିଛି ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।

1- କୌଣସି ମହିଳାକୁ ଅନ୍ୟ କାହାର ମଙ୍ଗଳସୂତ୍ର ମାଗିକି ପିନ୍ଧିବା ଉଚିତ ନୁହେଁ । ଯାହାକି ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି । କାରଣ ଅନ୍ୟର ମଙ୍ଗଳସୂତ୍ର ମାଗିକି ପିନ୍ଧିବା ଦ୍ଵାରା ସ୍ଵାମୀର ଆୟୁଷ କମିଯାଇଥାଏ ।

2- ଜଣେ ବିବାହିତା ମହିଳା ଜୀବନରେ ମଙ୍ଗଳସୂତ୍ରର ମହତ୍ଵ ବହୁତ ଅଧିକ ରହିଥାଏ । ଏହି ମଙ୍ଗଳସୂତ୍ର ସ୍ତ୍ରୀ ମାନେ ନିଜ ସ୍ଵାମୀର ଲମ୍ବା ଆୟୁଷ ନିମନ୍ତେ ଧାରଣ କରିଥାନ୍ତି ।

3- ମଙ୍ଗଳସୂତ୍ରର ନିର୍ମାଣ ସୁନା ସହିତ କଳା ମାଳୀ ମିଶାଜାଇ କରାଯାଇଥାଏ । କଳା ରଙ୍ଗ ଏଥିପାଇଁ ଯେ ସେହି ସ୍ତ୍ରୀ ର ଦାମ୍ପତ୍ୟ ଜୀବନକୁ ଖରାପ ନଜରରୁ ବଞ୍ଚାଇବା ପାଇଁ ବ୍ୟବହାର କରାଯାଇଥାଏ ।

4- ବାହାଘର ସମୟରେ ସ୍ଵାମୀ ତା’ ସ୍ତ୍ରୀ କୁ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇଥାଏ । ସେହି ମଙ୍ଗଳସୂତ୍ରକୁ ବାରମ୍ବାର ନିଜ ବେକରୁ କାଢିବା ଉଚିତ ନୁହେଁ । ଅତି ଦରକାର ପଡିଲେ ଯାଇ ମଙ୍ଗଳସୂତ୍ରକୁ ବେକରୁ କାଢନ୍ତୁ । ଯଦି କିଛି ଅତି ଜରୁରୀ ପଡିଥାଏ । ତେବେ ମଙ୍ଗଳସୂତ୍ର କାଢିବା ସମୟରେ ବେକରେ ପ୍ରଥମେ କଳାସୂତା ଲଗାଇ ତାପରେ ମଙ୍ଗଳସୂତ୍ରକୁ କାଢନ୍ତୁ ।

5- ଯେଉଁ ମହିଳା ନିଜ ସ୍ଵାମୀର ମଙ୍ଗଳ କାମନା କରି ନିଜ ସ୍ଵାମୀ ନାମରେ ସାରା ଜୀବନ ପାଇଁ ମଙ୍ଗଳସୂତ୍ର ଧାରଣ କରିଥାଏ । ସେହି ସ୍ତ୍ରୀ ର ସ୍ଵାମୀର ଆୟୁଷ ଲମ୍ବା ହୋଇଯାଇଥାଏ ।

6- ମଙ୍ଗଳସୂତ୍ରରେ ସୁନା ରହିବା ନିହାତି ଦରକାର । କାରଣ ସୁନା ପିନ୍ଧିବା ଦ୍ଵାରା ସେହି ବ୍ୟକ୍ତି ଉପରେ ଗୁରୁ ଗ୍ରହର ପ୍ରଭାବକୁ କମ କରିଥାଏ । ଯାହା ଜୀବନରେ ସୁଖ ଓ ସମୃଦ୍ଧି ଭରି ଦେଇଥାଏ । ସୁନା ଧାରଣ କରିବା ଦ୍ଵାରା ଶରୀରରେ ସକାରାତ୍ମକ ଏନର୍ଜିର ସଂଚାର ହୋଇଥାଏ ।

7- ହଟାତ ଯଦି ମଙ୍ଗଳସୂତ୍ର ବେକରୁ ଖସି ତଳେ ପଡିଯାଇଥାଏ । ତେବେ ଏହା ସ୍ଵାମୀ ଉପରେ ଆସିବାକୁ ଥିବା କିଛି ବିପତ୍ତି ବିଷୟରେ ସୂଚନା ଦେଇଥାଏ । ତେଣୁ ଏଥିପ୍ରତି ସତର୍କ ରହିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button