ରାଜ୍ୟ

ରାଜ୍ୟର ୩୨ ସହର ୪୦ ଡିଗ୍ରି ଉପରେ – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ନାହିଁ। ପାଣିପାଗ ବିଭାଗ ପକ୍ଷରୁ ଏଭଳି ସତର୍କ ସୂଚନା ଜାରି ହୋଇଛି। ଏହାରି ମଧ୍ୟରେ ରାଜ୍ୟର ୩୨ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଛି। ସେହିପରି ୧୨ ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ରହିଛି। ଅନୁଗୁଳରେ ୪୪.୬ ଡିଗ୍ରି ସର୍ବାଧିକ ତାପମାତ୍ରା ରହିଛି। ବୌଦ୍ଧରେ  ୪୪.୫, ନୂଆପଡା ଏବଂ ବଲାଙ୍ଗୀରରେ ୪୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ଗ୍ରୀଷ୍ମକଷ୍ଟରେ ପୂରା ଓଡ଼ିଶା ଛଟପଟ ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ ବିଭାଗ ଆତଙ୍କିତ କଲା ଭଳି ତଥ୍ୟ ଦେଇଛି। ବିଭାଗ ତରଫରୁ ଆଜି ଜାରି ହୋଇଥିବା ଆକଳନ ଅନୁଯାୟୀ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ଗ୍ରୀଷ୍ମପ୍ରବାହ ପରିସ୍ଥିତି ଲାଗିରହିବ। ପ୍ରଥମ ସପ୍ତାହରେ ସମ୍ଭାବନା ୬୮ ରୁ ୧୦୦% ଥିବା ବେଳେ ଦ୍ୱିତୀୟ ସପ୍ତାହ ବେଳକୁ ଗ୍ରୀଷ୍ମପ୍ରବାହ ନିମନ୍ତେ ମଧ୍ୟମ ଧରଣର ସମ୍ଭାବନା ସହ ୩୪ ରୁ ୬୭% ସମ୍ଭାବନା ରହିଛି। ଏପଟେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଆହୁରି ସପ୍ତାହେ‌ କିମ୍ବା ୧୦ ଦିନ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ଏନ୍‌ଭର୍ନମେଣ୍ଟ ଆଣ୍ଡ କ୍ଲାଇମେଟ (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button