IBN ଓଡ଼ିଶା ବ୍ୟୁରୋ

ଥଣ୍ଡା, କାଶ, ବନ୍ଦ ନାକ, ଛାତିରେ କଫ ଜମିବା ଭଳି ଅନେକ ସମସ୍ଯାରୁ ମିଳିବ ଆରାମ ! ଘରେ କରନ୍ତୁ ଏହି ପ୍ରାକୃତିକ ଉପଚାର

ଜଳବାୟୁର ପରିବର୍ତ୍ତନ କାରଣରୁ ଲୋକ ମାନଙ୍କୁ ଥଣ୍ଡା, କାଶ ଆଦି ସମସ୍ଯା ହୋଇଥାଏ । ଏହା ହେଲା ପରେ ଅନେକ ଲୋକ ଏହାକୁ ଭଲ କରିବା ପାଇଁ ମାର୍କେଟରୁ ମେଡ଼ିସିନ ଆଣି ସେବନ କରିଥାନ୍ତି । ତେବେ ଥଣ୍ଡା, କାଶ, କଫ ଭଳି ପ୍ରୋବ୍ଲେମ ପାଇଁ ବାହାରୁ ବିଭିନ୍ନ ପ୍ରକାର ମେଡ଼ିସିନ ନଆଣି ନିଜ ଘରେ ଏହା ପାଇଁ ଘରୋଇ ଉପଚାର ପ୍ରସ୍ତୁତ କରନ୍ତୁ । ଏହା ସହ ପ୍ରାକୃତିକ ଉପାୟ ଦ୍ଵାରା ଥଣ୍ଡା, କାଶକୁ ପ୍ରାକୃତିକ ଭାବେ ଭଲ କରନ୍ତୁ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅଦା, ପାନ ପତ୍ର, ଗୋଲମରୀଚ, ଗୁଡ, ତୁଳସୀ ଭଳି ସାମଗ୍ରୀର ଆବଶ୍ୟକତା ପଡିବ । ଯାହା ଆପଣଙ୍କୁ ବହୁତ ସହଜରେ ଆପଣଙ୍କ ଘରେ ବା ପାଖ ଦୋକାନରୁ ଅତି ସହଜରେ ମିଳିଯାଇପାରିବ । ଏହି ସମସ୍ତ ସାମଗ୍ରୀ ଥଣ୍ଡା ଓ କାଶ ଜନିତ ସମସ୍ଯାକୁ ଦୂର କରିବା ପାଇଁ ବହୁତ ଲାଭକାରୀ ହୋଇଥାଏ । ତେବେ ଏଥିପାଇଁ ଆପଣଙ୍କୁ 1 ଗ୍ଳାସ ପାଣି ଏକ ପାତ୍ରରେ ରଖି ତାହାକୁ ଗ୍ଯାସ ଉପରେ ରଖିବାକୁ ପଡିବ ।

ଦିତୀୟରେ 1 ଇଞ୍ଚ ସାଇଜର ଏକ ଅଦାକୁ ଧୋଇ ତାହାକୁ ଭଲ ଭାବେ ଛେଚି ସେହି ଫୁଟନ୍ତା ପାଣିରେ ପକାନ୍ତୁ । ତୃତୀୟରେ ଗୋଟିଏ ପାନପତ୍ର ଆଣି ତାହାକୁ ଖଣ୍ଡ ଖଣ୍ଡ କରି ଚିରି ସେହି ପାଣିରେ ପକାନ୍ତୁ । ଚତୁର୍ଥରେ ଆପଣ 7 ରୁ 8 ଟି ଗୋଲମରୀଚ ଆଣି ତାହାକୁ ଗୁଣ୍ଡ କରି ସେହି ପାଣିରେ ପକାନ୍ତୁ ।

ପଞ୍ଚମରେ 5 ରୁ 6 ଟି ତୁଳସୀ ପତ୍ର ଆଣି ସେଥିରେ ପକାନ୍ତୁ । ତାପରେ ସେଥିରେ 1 ଚାମଚ ଗୁଡର ଆଡ୍ କରନ୍ତୁ । ତାପରେ ପାଣି ଫୁଟି ଫୁଟି ଅଧା ଗ୍ଳାସ ପାଣି ନହେବା ପର୍ଯ୍ୟନ୍ତ ଏହାକୁ ସେହିଭଳି ଛାଡି ଦିଅନ୍ତୁ । ପାଣି ଗରମ ହୋଇ ଫୁଟିସରିଲା ପରେ ଛଣା ସାହାଜ୍ଯରେ ଛାଣି ଅନ୍ୟ ଏକ ପାତ୍ରକୁ ଏହାକୁ ନେଇ ଆସନ୍ତୁ । ଯେତେବେଳେ ମଧ୍ୟ ଏହାର ସେବନ କରିବେ । ସେଥିରେ 1 ଚାମଚ ମହୁ ଆଡ୍ କରି ତାହାର ସେବନ କରିବେ ।

ତେବେ ଆପଣଙ୍କର ଥଣ୍ଡା, କାଶ ପାଇଁ ଘରୋଇ ଉପଚାର ବନି ପ୍ରସ୍ତୁତ ହୋଇଯିବ । ଦିନକୁ ଏହାର 2 ଟାଇମ ଧରି ସେବନ କରିବା ଦ୍ଵାରା ଥଣ୍ଡା, କାଶ, କଫ ସବୁ କିଛି ଏଥିସହ ଜଡିତ ସମସ୍ଯା ଦୂର ହୋଇଯାଇଥାଏ । ଆପଣ ଲଗାତର 2 ରୁ 3 ଧରି ଏହି ରେମିଡି ପ୍ରସ୍ତୁତ କରି ସାମାନ୍ୟ ଗରମ କରି ତାହାର ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button